ଏଣିକି ଶନିବାର ଖୋଲାରହିବ ହାଇକୋର୍ଟ
କଟକ : ଏଣିକି ଶନିବାର ଖୋଲାରହିବ ହାଇକୋର୍ଟ । ପୂର୍ବ ଭଳି କାର୍ଯ୍ୟଦିବସ ଥିବା ସବୁ ଶନିବାର ଦିନ ସ୍ୱାଭାବିକ ଭାବେ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ଖୋଲା ରହିବ । ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ପୂର୍ବରୁ ଅଗଷ୍ଟ ୨୮ ତାରିଖ ଶନିବାର ଦିନକୁ ହାଇକୋର୍ଟ ପାଇଁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଥିବା ବେଳେ କଟକ, ଭୁବନେଶ୍ୱର ଓ ପୁରୀ ସହର ପାଇଁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ରାଜ୍ୟ ସରକାର ଜାରି କରିଥିବା କଟକଣାକୁ ଦୃଷ୍ଟିରେ ରଖି ୨୮ ତାରିଖ ଦିନ କୋର୍ଟ କାର୍ଯ୍ୟ ହେବ ନାହିଁ। କିନ୍ତୁ ହାଇକୋର୍ଟ କାର୍ଯ୍ୟାଳୟ ଖୋଲା ରହିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଅଗଷ୍ଟ ୨୮ ବଦଳରେ ଅକ୍ଟୋବର ୩୦କୁ କାର୍ଯ୍ୟ ଦିବସ ଭାବେ ହାଇକୋର୍ଟ ପକ୍ଷରୁ ଘୋଷଣା କରାଯାଇଛି। ସୂଚନା ଯେ, ମହାମାରୀ କରୋନା କଟକଣା ନେଇ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିକୁ ବିଚାରକୁ ନେଇ ପୂର୍ବରୁ କାର୍ଯ୍ୟ ଦିବସ ଥିବା ସବୁ ଶନିବାର ଦିନ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଥିଲା।
