ଓଏସଆରଟିସି ବସ୍ ଧକ୍କାରେ ଯୁବକ ମୃତ
କଟକ : ଓଏସଆରଟିସି ବସ୍ ଧକ୍କାରେ ଯୁବକ ମୃତ । କଟକ ଟାଙ୍ଗୀ ବୈଂଚୁଆ ଛକ ନିକଟରେ ଘଟିଛି ଏହି ସଡକ ଦୁର୍ଘଟଣା । ଏପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଯେ, ବୈଂଚୁଆ ଛକ ନିକଟରେ ଓଏସଆରଟିସିର ବସ୍ ଧକ୍କାରେ ଜଣେ ଅଜଣା ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ତେବେ ଚଣ୍ଡିଖୋଲରୁ କଟକ ଆସୁଥିବା ବସ୍ ଟି ଏହି ଦୁର୍ଘଟଣା ଘଟାଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।
