ଅସହାୟ ବିଧବାଙ୍କୁ ସାହା ହେଲା ଲାଇଫ୍ ସେଭର୍ସଗୃପ ଟ୍ରଷ୍ଟ
କେନ୍ଦୁଝର : ସଦର ବ୍ଲକ ପଳାସପଙ୍ଗା ପଂଚାୟତ ଅନ୍ତର୍ଗତ ନୁଆଗାଁ ଗ୍ରାମର ୰ଭଞ୍ଜ ମୁଣ୍ଡାଙ୍କ ଅକାଳ ବିୟୋଗ ପରେ ତାଙ୍କ ବିଧବା ସ୍ତ୍ରୀ ରଜନୀ ମୁଣ୍ଡା ସ୍ୱାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ମଧ୍ୟ ଅସମର୍ଥ ହୋଇ ପଡ଼ିଥିଲେ । ଆଉ ଏ ଖବର ଲାଇଫ୍ ସେଭର୍ସ ଗୃପ ଟ୍ରଷ୍ଟ ର ନବ ନିର୍ବାଚିତ ସଭାପତି ରମେଶ ମହାନ୍ତଙ୍କ ନିକଟକୁ ପହଂଚି ଥିଲା । ଆଉ ସେନେଇ ଆଜି ଭଞ୍ଜ ମୁଣ୍ଡାଙ୍କ ଶୁଦ୍ଧିକ୍ରିୟା ପାଇଁ ଗୃପ ପକ୍ଷରୁ ସମସ୍ତ ପ୍ରକାର ରାସନ୍ ସାମଗ୍ରୀ ଯଥା ଚାଉଳ ତେଲ ଲୁଣ ଆଳୁ ଡାଲି ଠାରୁ ଆରମ୍ଭ କରି ନୂତନ ବସ୍ତ୍ର ଏବଂ କିଛି ଆର୍ôଥକ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି । ଗୃପର ବିଶିଷ୍ଟ ସଦସ୍ୟ ତଥା କୋଷାଧ୍ୟକ୍ଷ ସତ୍ୟ ମହାନ୍ତଙ୍କ ସୂଚନା ମୁତାବକ ଏହି ଅସହାୟ ପରିବାରକୁ ପ୍ରତି ମାସରେ କିଛି ଆର୍ôଥକ ସହାୟତା ମଧ୍ୟ ଟ୍ରଷ୍ଟ ପକ୍ଷରୁ ଯୋଗାଇ ଦିଆଯିବ । ଆଜିର କାର୍ଯ୍ୟକ୍ରମ ପାଇଁ ଟ୍ରଷ୍ଟ ପକ୍ଷରୁ ସୁରେଶ ମହାନ୍ତ, ବିନୋଦ ମହାନ୍ତ, ଦିନବନ୍ଧୁ ମହାନ୍ତ, ଲୋକନାଥ ଦେଓ, ରବିନ୍ଦ୍ର ସିଂ ଫୌଜୀ , ସଞ୍ଜୟ ମହାନ୍ତ , ଜଗବନ୍ଧୁ ଗିରି, ଦିଲ୍ଲୀପ ମହାନ୍ତ ଏବଂ ଆହୁରି ଅନେକ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ । ଏନେଇ ତାଙ୍କ ପରିବାର ପକ୍ଷରୁ ଏବଂ ଗ୍ରାମବାସୀଙ୍କ ଦ୍ୱାରା ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ ।
