ଅଭିନବ ଉପାୟରେ ବିଧାନସଭା ଆଗରେ ଗର୍ଜିଲେ ଗାଁସାଥୀ (ମେଟ୍), ମାଗିଲେ ନିଜର ହକ୍
ଭୁବନେଶ୍ୱର : ରାଜ୍ୟ ବିଧାନସଭା ଆଗରେ କିିଛି ଅଭିନବ ଉପାୟରେ ନିଜର ୫ ଦଫା ଦାବିକୁ ଉପସ୍ଥାପିତ କରିଛି ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶ । ଉକ୍ତ ସଂଘର ରାଜ୍ୟ ସଂଗଠକ ଲକ୍ଷ୍ମୀଧର ବିଶ୍ୱାଳ ଓ ସୌଭାଗ୍ୟ ମିଶ୍ରଙ୍କ ନେତୃତ୍ୱରେ ଗାଁସାଥୀ (ମେଟ୍) ସଂଘର ସହସ୍ରାଧିକ ବ୍ଲକ ଓ ଜିଲ୍ଲା ସଂଗଠକମାନେ କିଛି ଅଭିନବ ଉପାୟରେ ଭୁବେନଶ୍ୱର ଲୋୟର ପିଏମ୍ଜିସ୍ଥିତ ଧାରଣାସ୍ଥଳରେ ଆନ୍ଦୋଳନ କରିଛନ୍ତି । ଗାଁସାଥୀ ସଂଗଠକମାନେ ମାଗୁଛା, ଚିରାଲୁଗା ଇତ୍ୟାଦି ବସ୍ତ୍ର ପରିଧାନ କରି ହାତରେ ଭିକ୍ଷା ଥାଳ ଧରି ରାଜ୍ୟ ସରକାରଙ୍କ ନିକଟରେ ନିଜର ହକ୍ ମାଗିଛନ୍ତି । ସଂଘର ପ୍ରମୁଖ ରାଜ୍ୟସ୍ତରୀୟ ଦାବିଗୁଡିକ ଗ୍ରାମୀଣସ୍ତରରେ ଗାଁସାଥୀ (ମେଟ୍)ଙ୍କ ବିଭିନ୍ନ ଯୋଜନାରେ ପର୍ଯ୍ୟାପ୍ତ କାର୍ଯ୍ୟ ଯୋଗାଣ ସହିତ ସର୍ବନିମ୍ନ ୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ, ଗାଁସାଥୀ (ମେଟ୍)ଙ୍କ ବିପକ୍ଷରେ ହୋଇଥିବା ୩ଟି ସରକାରୀ ଚିଠି ((କ) ପଂଚାୟତିରାଜ ବିଭାଗର ଚିଠି ନଂ ୧୨୧୩୦ ତା ୨୯.୭.୨୧, (ଖ) ସେହି ବିଭାଗ ଚିଠି ନଂ-୧୩୪୨୩, ତା ୧୭.୮.୨୧ ଏବଂ (ଗ) ରାଜ୍ୟ ମିଶନଶକ୍ତି ବିଭାଗର ଚିଠି ନଂ-୩୫୨ ତା ୧୯.୮.୨୧କୁ ତୁରନ୍ତ ପ୍ରତ୍ୟାହାର), ରାଜ୍ୟରେ ନ୍ୟାୟ ଆଶାୟୀ ସମସ୍ତ ଗାଁସାଥୀ (ମେଟ୍)ମାନଙ୍କୁ ୨୦ ହଜାରରୁ ଉର୍ଦ୍ଧ୍ୱ କୋଭିଡ଼ ସହାୟତା ରାଶି ପ୍ରଦାନ, ରାଜ୍ୟ ପ ।ୟତିରାଜ ବିଭାଗର ଚିଠି ନଂ-୯୪୦ ତା ୧୧.୧.୧୯ ଓ ଏହାର ଏକାଧିକ ରିମାଇଣ୍ଡର ଅନୁଯାୟୀ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଗାଁସାଥୀ (ମେଟ୍)ମାନଙ୍କୁ ମାସିକ ସର୍ବନମ୍ନ ୧୦ ଦିନ ଓ ବର୍ଷକୁ ଅତି କମ୍ରେ ୧୦୦ ଦିନର ଗ୍ୟାରେେ ଡ଼ କାର୍ଯ୍ୟ, ଉଚିତ ସରକାରୀ ପ୍ରାପ୍ୟ ସହିତ ପ୍ରଦାନ, ନଚେତ୍ ବେକାରୀ ଭ ।ର ବ୍ୟବସ୍ଥା ଏବଂ ରାଜ୍ୟରେ ମନରେଗାରେ କାର୍ଯ୍ୟରତ ସମସ୍ତ ଜବକାର୍ଡ଼ଧାରୀ ପରିବାରମାନଙ୍କୁ ବର୍ଷକୁ ୧୦୦ଦିନ କାର୍ଯ୍ୟ ପରିବର୍ତେ ୨୦୦ ଦିନର କାର୍ଯ୍ୟ ଯୋଗାଣ ଓ ଦିନକୁ ୨୧୫ ଟଙ୍କା ପରିବର୍ତେ ୩୦୦ ଟଙ୍କା ମଜୁରୀ ପ୍ରଦାନ ଆଦି ଦାବି ନେଇ ଆଜି ସଂଘ ଆନ୍ଦୋଳନ କରିଛି । ଏଠାରେ ସୂଚନାଯୋଗ୍ୟ ଯେ, ଗାଁସାଥୀ (ମେଟ୍)ମାନେ ଚଳିତ ବିଧାନସଭା ଆରମ୍ଭରୁ ସେମାନଙ୍କ ନିଜ ନିଜ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଗଣଧାରଣା ଓ ଆନ୍ଦୋଳନ କରି ଜିଲ୍ଲାପାଳମାନଙ୍କ ଜରିଆରେ ରାଜ୍ୟର ମୁଖ୍ୟମନ୍ତ୍ରୀ, ମହାମହୀମ ରାଜ୍ୟପାଳ ଓ ଅନ୍ୟ ପଦାଧିକାରୀଙ୍କୁ ସ୍ମାରକ ପତ୍ର ଦେଇ ସାରିବା ପରେ ବିଧାନସଭା ଆଗକୁ ଆସି ଆନ୍ଦୋଳନ କରିଛନ୍ତି ବୋଲି ଶ୍ରୀମାନ ବିଶ୍ୱାଳ ଗଣମାଧ୍ୟମକୁ ଜଣାଇଛନ୍ତି । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ/ବିଧାୟିକାମାନେ ବିଧାନସଭାରେ ସେମାନଙ୍କ ପ୍ରସଙ୍ଗରେ ସ୍ୱର ଉତୋଳନ ପାଇଁ ସଂଘ ନିବେଦନ ଜଣାଇଛି । ଗତ ୨ ବର୍ଷ ମଧ୍ୟରେ ବାରମ୍ବାର ଚିଠି ପରେ ଚିଠି କରି ସେମାନଙ୍କ କାର୍ଯ୍ୟକୁ ଏସ୍.ଏଚ୍.ଜି (ସ୍ୱୟଂ ସହାୟକ ଗୋଷ୍ଠୀ)ର ସଭ୍ୟାମାନଙ୍କୁ ପ୍ରଦାନ କରିବା ପାଇଁ ରାଜ୍ୟ ପଂଚାୟତିରାଜ ବିଭାଗ ଉଦ୍ୟମ କରୁଥିବା ପ୍ରସଙ୍ଗକୁ ସାମୁହିକ ଭାବେ ନିନ୍ଦା କରାଯାଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଗାଁସାଥୀ ସଂଗଠକ ଶ୍ରୀମାନ ବିଶ୍ୱାଳ, ଶ୍ରୀ ସୌଭାଗ୍ୟ କୁମାର ମିଶ୍ର, ରବିନ୍ଦ୍ର ଗୌଡ଼, କୁଳମଣି ମେଂଟା, ସୁଧାଂଶୁ ଶତପଥୀ, ଓଁକାରନାଥ ପାଢୀ, ଉମେଶ ମୁଣ୍ଡା, ପଂଚୁ ନାୟକ, ସଞ୍ଜୟ ଶଗଡ଼ିଆ, ଅରବିନ୍ଦ ପଟେଲ, ଦୟାନିଧି ପଶାୟତ, କରୁଣା ବାଗ, ବିନୋଦ ସାହୁ ଓ ଅନ୍ୟମାନେ ମିଳିତଭାବେ ଜଣାଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗାଁସାଥୀ ସଂଗଠକ ଅନ୍ୟ ଏକ ହଜାରରୁ ଉର୍ଦ୍ଧ୍ୱ ଉପସ୍ଥିତ ଥିଲେ ।
