ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ସୁନା ଓ ରୂପା ଦର
ନୂଆଦିଲ୍ଲୀ : ଗ୍ରାହକଙ୍କ ପାଇଁ ଖୁସି ଖବର । ପୁଣି ଥରେ କମିଲା ସୁନା ଓ ରୂପା ଦର । ସେପ୍ଟେମ୍ବର ୨୪ ତାରିଖ ଶୁକ୍ରବାରରେ ସୁନା ଓ ରୂପା ଉଭୟର ଦର ହ୍ରାସ ପାଇଛି। ଇଣ୍ଡିଆନ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନର ମୁତାବକ, ଗତ କିଛିଦିନ ତୁଳନାରେ ଆଜି ୯୯୯ଶୁଦ୍ଧତା ଥିବା ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୪୩୮ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି। ସେହିପରି ୯୯୯ଶୁଦ୍ଧତା ଥିବା ରୂପା ଦରରେ ୧୧୩ଟଙ୍କା ପ୍ରତି କିଲୋଗ୍ରାମ ପିଛା ହ୍ରାସ ପାଇଛି।
ଗତ ଗୁରୁବାର ୯୯୯ଶୁଦ୍ଧତା ଥିବା ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୪୬୬୯୪ଟଙ୍କା ପ୍ରତି ୧୦ଗ୍ରାମ ପିଛା ଥିବା ବେଳେ ଶୁକ୍ରବାର ଏହି ଦର ହ୍ରାସ ପାଇ ୪୬୨୫୬ଟଙ୍କା ପ୍ରତି ୧୦ଗ୍ରାମ ପିଛା ରହିଛି। ସେହିପରି ୯୯୯ଶୁଦ୍ଧତା ଥିବା ରୂପା ମୂଲ୍ୟ ପ୍ରତି କିଲୋଗ୍ରାମ ପିଛା ୧୧୩ଟଙ୍କା ହ୍ରାସ ପାଇଛି। ଅର୍ଥାତ ରୂପା ମୂଲ୍ୟ ଏବେ ୬୦୬୭୫ରେ ପହଞ୍ଚିଛି। ସୂଚନା ଯେ, ଭାରତୀୟ ସରଫା ମାର୍କେଟରେ କିଛଦିନ ହେବ ସୁନା ଓ ରୂପା ଦର ବଢ଼ୁଥିବା ଓ କମୁଥିବା ଦେଖିବାକୁ ମିଳୁଛି।
