କଟକରେ ପୂଜା ପାଉଛନ୍ତି ଦେବୀ ଛିନ୍ନମସ୍ତା, ରହିଛି ପୌରାଣିକ କଥାବସ୍ତୁ
କଟକ: ଭାରତ ବର୍ଷରେ ଏକ ମାତ୍ର ଛିନ୍ନ ମସ୍ତା ଦେବୀ ପୂଜା ପାଉଛନ୍ତି କଟକ ବାଖରା ବାଦ୍ ପୂଜା କମିଟିରେ। ଅନେକ ପରମ୍ପରା ଓ ଇତିହାସ ରହି ଆସିଛି ଏହି ପୂଜା ପଛରେ। ମା’ ଚାନ୍ଦି ମେଢ଼ ସହ ସୁନା ମୁକୁଟରେ ଦର୍ଶନ ଦେଉଛନ୍ତି ଶ୍ରଦ୍ଧାଳୁ ମାନଙ୍କୁ। କଟକ କାଳୀ ପୂଜାରେ ବାଖରାବାଦରେ ପୂଜା ପାଉଥିବା ମୃଣ୍ମୟୀ ମା ଛିନ୍ନମସ୍ତାଙ୍କ ସ୍ୱତନ୍ତ୍ରତା ରହିଛି। ୧୯୫୬ ମସିହାରୁ ବାଖରା ବାଦ୍ ପୂଜା କମିଟି ପକ୍ଷରୁ ମା’ ଛିନ୍ନମସ୍ତା ପୂଜା ପାଇ ଆସୁଛନ୍ତି। କଟକ ସହରରେ ପୂଜା ପାଉଥିବା ୯୦ଟି ମା’ କାଳୀଙ୍କ ମୂର୍ତ୍ତି ମଧ୍ୟରୁ ଏହା ଅନ୍ୟତମ। ଭାରତ ବର୍ଷରେ ଏକମାତ୍ର ଏହିଠାରେ ହିଁ ମା’ଙ୍କୁ ଏପରି ପୂଜା କରାଯାଏ। ଆସନ୍ତୁ ପ୍ରଥମେ ଜାଣିବା ମା’ଙ୍କ ଏପରି ରୁପର ବିଶେଷତ୍ଵ ବିଷୟରେ।
ଦେବୀ ଜୀବନର ପରମ ସତ୍ୟ ମୃତ୍ୟୁକୁ ଦର୍ଶାନ୍ତି। ବାସନାରୁ ନୂତନ ଜୀବନର ଉତ୍ପତ୍ତି ତଥା ଅନନ୍ତ ମୃତ୍ୟୁର ପ୍ରତୀକ ସ୍ୱରୂପା ଅଟନ୍ତି। ସମସ୍ତ ପ୍ରକାରର ଅହଂକାର କୁ ଛିନ୍ନ ବିଛିନ୍ନ କରନ୍ତି। ଅତ୍ୟଧିକ ବାସନା, ଭୋଗବିଳାସର ତ୍ୟାଗ ତଥା ଆତ୍ମସଂଯମର ପ୍ରତିନିଧିତ୍ୱ କରନ୍ତି।ଦେବୀ କାମଦେବ ଓ ତାଙ୍କ ପତ୍ନୀ ରତିଙ୍କ ଉପରେ ଅତିଉଗ୍ରରେ ପଦ୍ମ ମଧ୍ୟରେ ଛିଡା ହୋଇଛନ୍ତି। ମା’ଙ୍କ ଶରୀରର ବର୍ଣ୍ଣ ସ୍ଥଳ ବିଶେଷରେ ଲାଲ, କଳା, ବୋଲି ବର୍ଣ୍ଣନା କରାଯାଇଛି। ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ବା ନୃସିଂହ ଚତୁର୍ଦ୍ଦଶୀ ଦେବୀଙ୍କ ପ୍ରାକଟ୍ୟ ଦିବସ। ଦେବୀଙ୍କ ଗଣନା କାଳୀ କୁଳରେ କରାଯାଇଥାଏ। ମା’ ହେଉଛନ୍ତି ଷଷ୍ଠ ମହାବିଦ୍ୟା ଆପଣଙ୍କ ସମ୍ବନ୍ଧ ମହାପ୍ରଳୟ ସହ କରାଯାଇଥାଏ।
ଆପଣ ମହାପ୍ରଳୟର ଜ୍ଞାନ କରାଉଥିବା ମହାବିଦ୍ୟା ଭଗବତୀଙ୍କ ରୌଦ୍ର ରୂପ। କାଳୀତନ୍ତ୍ର ଅନୁସାରେ ଏକ ସମୟରେ ଦେବୀ ପାର୍ବତୀ ନିଜ ସହଚରୀ ଜୟା ଏବଂ ବିଜୟାଙ୍କ ସହ ମନ୍ଦାକିନୀ ନଦୀରେ ସ୍ନାନ କରିବାକୁ ଯାଇଥିଲେ। ସେଠାରେ କାମାଗ୍ନିରେ ପୀଡ଼ିତ ସେ କୃଷ୍ଣ ବର୍ଣ୍ଣର ହୋଇଯାଇଥିଲେ। ଏହା ପରେ ଜୟା ଏବଂ ବିଜୟା ତାଙ୍କୁ ଭୋଜନ ମାଗିଥିଲେ କାରଣ ସେମାନେ ଅତ୍ୟନ୍ତ ଭୋକିଲା ଥିଲେ।
ଦେବୀ ତାଙ୍କୁ ପ୍ରତୀକ୍ଷା କରିବାକୁ କହିଥିଲେ କିନ୍ତୁ ସହଚରୀ ତାଙ୍କୁ ବାରମ୍ବାର ଭୋଜନ ମାଗିଥିଲେ।ଏହା ପରେ ଦେବୀ କଟୁରୀରେ ତାଙ୍କ ମସ୍ତକ ଛେଦନ କରିଥିଲେ। କଟା ମୁଣ୍ଡ ତାଙ୍କ ବାମ ହାତରେ ପଡ଼ିଥିଲା। ତାଙ୍କ କବନ୍ଧରୁ ୩ଧାରାରେ ରକ୍ତ ବୋହିଥିଲା। ୨ଟି ଧାରା ତାଙ୍କ ସହଚରୀ ଡାକିନୀ ଏବଂ ବର୍ଣ୍ଣିନୀଙ୍କ ମୁଖକୁ ଯାଇଥିଲା ଏବଂ ୩ୟ ଧାରା ତାଙ୍କ କଟାମୁଣ୍ଡ ସ୍ବୟଂ ପାନ କରିଥିଲେ। ବିଶେଷ କରି ଏଠାକୁ ନିସନ୍ତାନ ଥିବା ମହିଳା ମାନେ ଆସି ମା ଙ୍କୁ ଆଜିର ଦିନରେ ପୂଜା କରି ମା ଙ୍କ ସାନିଧ୍ୟ ଲାଭ କରନ୍ତି। ସେହିଭଳି ଶନି ଓ ରାହୁ ମହାଦଶା ପଡ଼ିଥିବା ବ୍ୟକ୍ତି ବିଶେଷ ମାନେ ଏଠାରେ ମା ଙ୍କୁ ପୂଜା କରି ସାନିଧ୍ୟ ଲାଭ କରିଥାନ୍ତି ବୋଲି ସାହିର ସଭାପତି ପ୍ରକାଶ କରିଛନ୍ତି।
ଭିଓ ୨: ଦେବୀ ଛିନ୍ନ ମସ୍ତା ୧୪୦ କିଲୋ ଚାନ୍ଦି ରେ ପୂଜା ପାଉଥିବା ବେଳେ ମା ଙ୍କ ମୁକୁଟ ରହିଛି ସୁନାର। କାଳୀପୂଜା ଦିନ ରାତି ୯ ଟା ସମୟରେ ମା ଛିନ୍ନ ମସ୍ତା ଙ୍କ ପୂଜାର ରୀତିନୀତି ଆରମ୍ଭ ହୋଇଥାଏ। ଏହା ସହ ମଧ୍ୟ ରାତ୍ର ପ୍ରାୟ ୩ ଘଟିକା ପର୍ଯ୍ୟନ୍ତ ଚାଲେ ଏହି ପୂଜା । ଏହି ସମୟ ରେ ଅନେକ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହି ମା ଙ୍କ ଅପୂର୍ବ ଦର୍ଶନ କରିଥାନ୍ତି ଓ ପାଣିକଖାରୁ ବଳୀ ଦିଆଯାଇଥାଏ। ବୋଲି ପୂଜକ କହିଛନ୍ତି। ଏହା ସହ ଖାଲି କଟକ ସହର ନୁହେଁ ବରଂ କଟକ ବାହାର ଜିଲ୍ଲା ମାନଙ୍କରୁ ଶତାଧିକ ଭକ୍ତ ମାନେ ଆସି ମା ଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଥାନ୍ତି ବୋଲି ପ୍ରକାଶ କରିଛନ୍ତି ସାହି ଅଧିକାରୀ।
