ପଦାରେ ପଡ଼ିଲା ଅବକାରୀ ବିଭାଗର ଗୁମର
ଜୟପୁର : ପଦାରେ ପଡିଲା ଅବକାରୀ ବିଭାଗ ଓ ପୋଲିସର ଷଡଯନ୍ତ୍ର । ସିସିଟିଭି ଖୋଲି ଦେଲା ଏମାନଙ୍କ ଗୁମର । ଟାର୍ଗେଟ ପୂରଣ ପାଇଁ କିପରି ନିରୀହ ଲୋକକୁ ମଦ ବେପାରୀ ସଜେଇଥିଲା ପୋଲିସ ଓ ଅବକାରୀ ବିଭାଗ ଏହାର ସାଂଘାତିକ ସତ ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଂଚଳରୁ । ଜୁଝାରୀ ପଂଚାୟତ ଅନ୍ତର୍ଗତ ଲଦିଯୋଡି ଗାଁର ରଜନୀକାନ୍ତ ବିଷୋୟୀଙ୍କ ଘର ଭିତରକୁ ମଦ ଭର୍ତ୍ତି ରବର ଟ୍ୟୁବ ଫିଙ୍ଗି ମିଥ୍ୟା କେସରେ ତାଙ୍କୁ ଗିରଫ କରିଥିଲା ପୋଲିସ ଓ ଅବକାରୀ ବିଭାଗର ମିଳିତ ଟିମ ।ଆଉ ସିସିଟିଭିରେ ପୁରା ଘଟଣା ଧରା ପଡିବା ପରେ ରଜନୀକାନ୍ତଙ୍କୁ କ୍ଷମା ମାଗିବା ସହ ଛାଡି ଦେଇଛି । ଅବକାରୀ ବିଭାଗ ରଚୁଛି ଷଢଯନ୍ତ୍ର । ସାହାଯ୍ୟ କରୁଛି ପୋଲିସ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା କିନ୍ତୁ ସତ ।ଟାର୍ଗେଟ ପୂରଣ କରି ବାହାବାଃ ନେବା ଦେଖନ୍ତୁ କେମିତି ଭୟଙ୍କର ଷଢଯନ୍ତ୍ର ରଚି ଜଣେ ନିରୀହ ବ୍ୟକ୍ତିକୁ ଗିରଫ କରୁଛି ପୋଲିସ ଓ ଅବକାରୀ ବିଭାଗର ମିଳିତ ଟିମ ।ଏମାନଙ୍କ ଷଢଯନ୍ତ୍ରର ଗୁମର ଖୋଲି ଦେଇଛି ସିସିଟିଭି ।ଦେଖନ୍ତୁ ଏହି ଭିଡିଓ ।ଏ ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ଜୁଝାରୀ ପଂଚାୟତର ଲେଦିଯୋଡି ଗାଁର ରଜନୀକାନ୍ତ ବିଷୋୟୀଙ୍କ ଘରର ।ଗାଁରେ ଚାଲିଛି ଚୋରା ଦେଶୀ ମଦ କାରବାର ରୋକିବାକୁ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ । ଆଉ ଏଥିରେ ନିରୀହ ଲୋକଙ୍କୁ ଫସାଇ ଟାର୍ଗେଟ ପୂରଣ କରିବାକୁ ଚେଷ୍ଟା କରୁଛି ଏହି ଟିମ୍ । ଅବକାରୀ ବିଭାଗର ଏଏସଆଇ ଚନ୍ଦ୍ରଶେଖର ରେଡ୍ଡୀ ନିଜେ ମଦ ଭର୍ତ୍ତି ରବର ଟ୍ୟୁବ ରଜନୀକାନ୍ତ ବିଷୋୟୀଙ୍କ ଘର ଭିତରକୁ ଫିଙ୍ଗୁଛନ୍ତି ।ଆଉ ଏଥିରେ ସହାୟତା କରୁଛନ୍ତି ତାଙ୍କ ଟିମ ସଦସ୍ୟ ।କିଛି ସମୟ ପରେ ରଜନୀକାନ୍ତଙ୍କୁ ଚୋରା ମଦ କାରବାର ଅଭିଯୋଗରେ ଗିରଫ ବି କରାଗଲା ।ହେଲେ ଷଢଯନ୍ତ୍ର ରଚିଥିବା ବାବୁ ମାନେ ଜାଣିନଥିଲେ ଯେ ତାଙ୍କର ଏ ସବୁ କାରନାମା ସିସିଟିଭିରେ କଏଦ ହେଉଛି ।ଏହାକୁ ନେଇ ତୁମ୍ବି ତୋଫାନ ହେବା ପରେ ଶେଷରେ ଅବକାରୀ ଅଧିକାରୀ ରଜନୀକାନ୍ତଙ୍କୁ କ୍ଷମା ମାଗିବା ସହ ଛାଡି ଦେଇଛି । ଚୋରା ଦେଶୀ ମଦ କାରବାର ରୋକିବାକୁ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଛି ମିଳିତ ଚଢାଉ ।ଏଥିପାଇଁ ସାଟେଲାଇଟ ଟିମ ମଧ୍ୟ ଗଠନ କରାଯାଇଛି ।ହେଲେ ଚଢ଼ାଉ ସମୟରେ ଅନେକ ମଦ ମାଫିଆ ଟିମକୁ ଚକମା ଦେଇ ଖସି ଯାଉଛନ୍ତି ।ତେଣୁ ଔଷଧ ବିକଳରେ ତାଟିଆ କାମୁଡିବା ନାଁରେ ଏବେ ନିରୀହ ଲୋକଙ୍କୁ ଫସାଇ ଟାର୍ଗେଟ ପୂରଣ କରିବାକୁ ଅବକାରୀ ବିଭାଗ ଅପଚେଷ୍ଟା କରୁଛି ।ଆଉ ଏପରି ଷଢଯନ୍ତ୍ର ମାନବାଧିକାରର ଉଲଂଘନ ।ଏପରି କ୍ଷେତ୍ରରେ ପୋଲିସ ଓ ଅବକାରୀ ବିଭାଗର ବିଶ୍ୱସିନୀୟତା ମଧ୍ୟ କମୁଛି ।ତେଣୁ ଘଟଣାର ତଦନ୍ତ କରିବା ସହ ଏହି ଘଟଣାରେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଯୋଗକାରୀଙ୍କ ଓକିଲ ଏବଂ ସ୍ଥାନୀୟ ସମାଜସେବୀ ।ଘଟଣାକୁ ନେଇ ରାଜ୍ୟ ସରକାର ଓ ରାଜ୍ୟ ମାନବାଧିକାର କମିଶନରଙ୍କ ନିକଟରେ ଫେରାଦ ହେବେ ବୋଲି ଚେତାବନୀ ବି ଦେଇଛନ୍ତି । ନିରୀହ ଲୋକଙ୍କୁ ମଦବେପାରି ସଜେଇ ଜେଲ ପଠାଇବା ଅବକାରୀ ବିଭାଗ ର ଷଡଯନ୍ତ୍ର ଏବେ ସାନ୍ନା କୁ ଆସିଛି । ସିସିଟିଭି ବୁଡିଓ ଲାଗି ରଜନୀ କୁ ଛାଡିଦେଲେ ଅବକାରୀ କର୍ମଚାରୀ ।ଅବକାରୀ ବିଭାଗ ର କର୍ମଚାରୀ ଙ୍କ ବିରୋଧ ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉଛି ତାହାକୁ ହୀ ଅପେକ୍ଷା ।
