ଦିବ୍ରୁଗଡରେ ପହଂଚି ନିଜ ପ୍ରଥମ ଯାତ୍ରା ପୂରଣ କରିଥିବା ଗଙ୍ଗା ବିଳାସ କ୍ରୁଜ ପାଇଁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗଙ୍ଗା ବିଳାସ କ୍ରୁଜ ଦିବ୍ରୁଗଡ ଠାରେ ପହଂଚି ନିଜ ପ୍ରଥମ ଯାତ୍ରା ପୂରଣ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଟ୍ୱିଟର ପ୍ରତ୍ୟୁତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଇ “ଏକ ସ୍ୱତନ୍ତ୍ର ଯାତ୍ରା ଶେଷ ହେଲା ! ଭାରତ ଓ ବିଦେଶରୁ ଅଧିକ ପର୍ଯ୍ୟଟକ ଗଙ୍ଗା ବିଳାସ କ୍ରୁଜରେ ଭାଗ ନେବେ ବୋଲି ଆଶା” ।
