ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଚକ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲ ଓ ଓମେଗା କ୍ଲିନିକ୍ର ମିଳିତ ଆନୁକୂଲ୍ୟରେ “ଉତ୍କଳ ଦିବସ’ ଉପଲକ୍ଷେ ମଲ୍ଟି ସ୍ପେସିଆଲିଷ୍ଟ ଡାକ୍ତରଙ୍କୁ ନେଇ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏଥିରେ ହୃଦ୍ ରୋଗ ବିଶେଷଜ୍ଞ ଡା. ମିଲନ ଘଡ଼େଇ, ଗଳା ନାକ କାନ ବିଶେଷଜ୍ଞ ଡା. ନୀଳମାଧବ ପୃଷ୍ଟି ଏବଂ ଭେଷଜ ବିଶେଷଜ୍ଞ ଡା. ସତ୍ୟବ୍ରତ ପ୍ରଧାନ ଯୋଗଦେଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।
ଶିବିରରେ ୨୦୦ ରୁ ଅଧିକ ଲୋକ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଶିବିରର ଅଧ୍ୟକ୍ଷ ବିଜୟ କେତନ ବିଶ୍ୱାଳ ଏବଂ ପଞ୍ଚାୟତ ସରପଞ୍ଚ ଜୟଶ୍ରୀ ସେଠି ଓ ପୂର୍ବତନ ସରପଞ୍ଚ ଜ୍ୟୋତି ଶଙ୍କର ଭୋଳ, ସ୍ମୃତି ରଞ୍ଜନ ଦାସ, ନିରଞ୍ଜନ ମଣ୍ଡଳ, ହରିହର ବେହେରା, ରାଜେଶ ପାଢ଼ୀ, ବଳରାମ ଜେନା, ନିରଞ୍ଜନ ବେହେରା, ଜନ୍ମଜୟ ମହାନ୍ତି ସକ୍ରିୟ ସହଯୋଗରେ କ୍ଲବର ଅନ୍ୟସଦସ୍ୟ ନିର୍ମଳ ମୁଖାର୍ଜୀ, ସତ୍ୟମ କୁମାର ମିଶ୍ର, ଲଷ୍ମୀ କାନ୍ତ ସ୍ୱାଇଁ, ସପନ ବେହେରା, ନିରଞ୍ଜନ ମହାନ୍ତି, ବିଶ୍ୱଜିତ ପ୍ରଧାନ ଏବଂ ଓମେଗା କ୍ଲିନିକର ସଦସ୍ୟ ଆଦି ଉପସ୍ଥିତ ରହି ଶିବିରକୁ ସଫଳ କରାଇଥିଲେ ।
