ଶିବଶକ୍ତି ଯୁବକ ସଂଘ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବେତଗଡ଼ିଆ ପଞ୍ଚାୟତର କାଶିପୁର ଶିବଶକ୍ତି ଯୁବକ ସଂଘ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ମହିଳାପୁରୁଷ ମିଶି ୫୦ଜଣ ମୋତିଆବିନ୍ଦୁ ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିଲେ । ଜଳେଶ୍ୱର ଭୂମିକା ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ପଞ୍ଜୀକୃତ ଲୋକଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୧୫ ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଜଳେଶ୍ୱରର ଭୂମିକା ଚକ୍ଷୁ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ।
ଉକ୍ତ ଶିବିରକୁ ବାଲିଆପାଳ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବିଜନ ନାୟକ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଉକ୍ତ ଉଦ୍ଘାଟନୀ ଉତ୍ସବରେ ବେତଗଡ଼ିଆ ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ କୁମାର ଗିରି, ସମିତି ସଦସ୍ୟ ରାଜୁ ରାୟ, ୨୪ ନଂ. ଜୋନ୍ର ଜିଲାପରିଷଦ ସଦସ୍ୟ ବାବାଜୀ ଦେହୁରୀ, ଯୁବନେତା ଉମାକାନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ସଂଘର ସଭାପତି ଶିକ୍ଷାବିତ୍ ମାୟାଧର ପରିଡ଼ା, ସମ୍ପାଦକ ରଘୁନାଥ ପଢ଼ିହାରୀ, ଶିକ୍ଷାବିତ୍ ସୁବୋଧ ଚନ୍ଦ୍ର ପଢ଼ିହାରି, ବରେନ୍ଦ୍ର ମାଝୀ, ଜଗନ୍ନାଥ ହାଜିରା ଶିବିରକୁ ପରିଚାଳନା କରିଥିଲେ । ପୁରୁଷୋତ୍ତମ ହାଜିରା, ରବିନ୍ଦ୍ର ମହାକୁଡ଼, ଭୁବନ ପଢ଼ିହାରି, ନାରାୟଣ ପଢ଼ିହାରି, ସୁଧୀର ରଣା, ଗୌରହରି ହାଜିରା, ପୂର୍ଣ୍ଣଚନ୍ଦ୍ର ପାତ୍ର, ହରେକୃଷ୍ଣ ମାଝୀ, ରବିନ୍ଦ୍ର ପାତ୍ର, ସୁଶୀଲ ମାଝୀଙ୍କ ସହିତ ଅନ୍ୟ ସଦସ୍ୟ ମାନେ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।
