କାଳିପଦା ବଜାର କମିଟି ପକ୍ଷରୁ ଜନନେତା ସ୍ବର୍ଗତ ଗଦାଧର ଗିରିଙ୍କ ୩୬ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ
ବାଲିଆପାଳ : ଦକ୍ଷିଣ ବାଲିଆପାଳର ମୁଖ୍ୟ ବଜାର କାଳିପଦା ବଜାର କାଳୀ ମନ୍ଦିର ପ୍ରାଙ୍ଗଣରେ ବଜାର କମିଟି ପକ୍ଷରୁ ଗୁରୁବାର ଜନନେତା ସ୍ବର୍ଗତ ଗଦାଧର ଗିରିଙ୍କ ୩୬ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ବଜାର କମିଟିର ସଭାପତି ନିତ୍ୟାନନ୍ଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନି ଜେନା ମୁଖ୍ୟଅତିଥି ଏବଂ ପ୍ରଫେସର ବିପିନ ବିହାରୀ ବିଶ୍ବାଳ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବକ୍ତବ୍ୟ ପ୍ରଦାନକରି କହିଥିଲେ ଯେ ଗଦାଧର ଗିରି ଥିଲେ ବାଳିଆପାଳର ଅନନ୍ୟ ପ୍ରତିଭା ତାଙ୍କ ପରି ନେତା ରାଜ୍ୟରେ ଖୁବ କମ ଦେଖିବାକୁ ମିଳେ।ସେ ଥିଲେ ସବୁ ସମୟରେ ଆନ୍ଦୋଳନର ଜାଗ୍ରତ ପ୍ରହରୀ। ତାଙ୍କ ପରି ସମସ୍ତେ ହେବା ପାଇଁ ଚେଷ୍ଟା କରିବା ଉଚିତ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ କବି କାଳିପଦ ପଣ୍ଡା, କବି ବ୍ରଜେନ୍ଦ୍ର ଗିରି,ନିରଞ୍ଜନ ସାହୁ,ସୃଷ୍ଟିଧର ପଣ୍ଡା,ବିଶିଷ୍ଟ ଆଇନଜୀବୀ ବିଜୟ ପାଣିଗ୍ରାହୀ,ପ୍ରଜ୍ଞା ପାରମିତା ମହାନ୍ତି,ବିଧାନ ଚନ୍ଦ୍ର ରାୟ,ଭିଟାମାଟି ସୁରକ୍ଷା କମିଟିର ଆବାହକ ଅରୁଣ ଜେନା,ଜିଲ୍ଲା ପରିଷଦ ସଦସ୍ୟ ନିଶାକର ସେଠୀ,ବିଜନ ନାୟକ,ଜିଲ୍ଲା ପରିଷଦ ସଦସ୍ୟ ବେଣୁଧର ଜେନା,ବିଜେଡି ବ୍ଲକ ସଭାପତି ଗୋବିନ୍ଦ ପ୍ରସାଦ ଦାସ,ପ୍ରତାପପୁର ସରପଞ୍ଚ କସ୍ତୁରୀ ବାଳା ପାତ୍ର ପ୍ରମୁଖ ଯୋଗଦେଇ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ।ସମାଜସେବୀ ଯାଦବେଶ ମିଶ୍ର ସ୍ୱାଗତ ଭାଷଣ ପୂର୍ବକ ଅତିଥି ପରିଚୟ ପ୍ରଦାନ କରିଥିଲେ।ଅଶ୍ୱନି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ବଜାର କମଟିର ସଦସ୍ୟ ବିକର୍ତ୍ତନ ଜେନା,ଅମିୟ ପାତ୍ର,କାର୍ତ୍ତିକ ଜେନା,ଭଗବାନ ସାହୁ,ପ୍ରଦୀପ ସାହୁ ପ୍ରମୁଖ ସହଯୋଗ କରିଥିଲେ।
