୨୬ରୁ ୩ ଦିନିଆ ଫିଆଟ-ଲକ୍ସ ମହୋତ୍ସବ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିର ଅନ୍ୟତମ ଅଗ୍ରଣୀ ସଂଗଠନ ଫିଆଟ-ଲକ୍ସ କ୍ଲବ ମହୋତ୍ସବ ମହାମାରୀ କରୋନା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ବନ୍ଦ ରହିଥିଲା । ତେବେ ଚଳିତବର୍ଷ କରୋନା ନେଇ ସରକାରଙ୍କ କୌଣସି କଟକଣା ନଥିବାରୁ ଆସନ୍ତା ୨୬ ତାରିଖରୁ ସ୍ଥାନୀୟ କେସି ହାଇସ୍କୁଲ ପଡ଼ିଆରେ ଏହି ମହୋତ୍ସବା ଆରମ୍ଭ ହୋଇ ୨୮ ତାରିଖରେ ଶେଷ ହେବ । ଏହି ୩୧ତମ ତିନିଦିନିଆଁ ମହୋତ୍ସବରେ ଚଳିତବର୍ଷ ଚଳଚିତ୍ର ନାୟିକା ଏଲିନା, କଣ୍ଠଶୀଳ୍ପି ଅନ୍ତରା ଚକ୍ରର୍ବତି, ରାଜନନ୍ଦିନୀ ପଣ୍ଡା, ପରମେଶ୍ୱର ପତି, କମେଡ଼ିଆନ କାଳିଆ ଷଣ୍ଢ, ପ୍ରଳୁ, ନଟିଆ ଗ୍ରୁପ୍ ପ୍ରମୁଖ ଯୋଗଦେବେ ବୋଲି ଜଣାଯାଇଛି ।
ଏନେଇ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କିଭଳି ଅଧିକ ଉନ୍ନତ ଧରଣର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ ସେନେଇ କ୍ଲବ ସଦସ୍ୟମାନେ ତତ୍ପର ରହିଥିବା ଦେଖିବାକୁ ମିଳିଛି । ବୈଠକରେ ଫିଆଟ-ଲକ୍ସ କ୍ଲବର ସଭାପତି ଉଦୟ ଜ୍ୟୋତି ମାହାନ୍ତି, ସମ୍ପାଦକ ସବ୍ୟସାଚୀ ମହାପାତ୍ର, ଉପ-ସଭାପତି ତାପସ ପରିଡା, ସହ-ସମ୍ପାଦକ ଅଭିଷେକ ବେହେରାଙ୍କ ସମେତ ସଦସ୍ୟ ସରତ ଦାସ, ଶିଶିର ରାଉତ, ସୁରଞ୍ଜନ ମହାପାତ୍ର, ଭାସ୍କର ବିଶ୍ୱାଳ, ମୁକ୍ତିକାନ୍ତ ମିଶ୍ର, ଧର୍ମେନ୍ଦ୍ର ମହାପାତ୍ର, ବିଜୟ ଲେଙ୍କା, ଜିତେନ୍ଦ୍ର ରାଉତ, ସୁମନ ଦାସ, ଅବିନାଶ ରାଉତ୍ତ, ମହେଶ୍ୱର ଖୁଣ୍ଟିଆ, ନିବାଶିଷ୍ ଦିବେଦୀ, ସନ୍ତୋଷ ସାହୁ, ଯଶୋବନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
