ଫ୍ଲାଇଙ୍ଗ ସ୍କ୍ୱାଡ ଓ ଅବକାରୀ ରେଞ୍ଜ କର୍ମଚାରୀଙ୍କ ମିଳିତ ଚଢଉ ୧୩ ହଜାର ଲିଟର ପୋଚ ଜବତ
କଟକ : ଜିଲ୍ଲା ଅବକାରୀ ବିଭାଗ ଓ ରାଜ୍ୟ ଫ୍ଲାଇଙ୍ଗ ସ୍କ୍ୱାଡର କର୍ମଚାରୀମାନେ ଆଜି ସକାଳେ ତିଗିରିଆ ଥାନା ଅନ୍ତର୍ଗତ ଭିରୂଡା ଗ୍ରାମରେ ଚଢଉ କରି ୧୨ ହଜାର ୯୮୫ ଲିଟର ମଦରନ୍ଧା ପୋଚ ଓ ୨୦୬୦ ଲିଟର ମହୁଲି ମଦ ଜବତ କରିଛନ୍ତି । ତେବେ ଜଙ୍ଗଲ ମଧ୍ୟରେ ମଦ ପ୍ରସ୍ତୁତ କରୁଥିବା ବେପାରୀମାନେ ବିଭାଗୀୟ କର୍ମଚାରୀଙ୍କ ଚଢଉର ସୂଚନା ପାଇ ଫେରାର ହୋଇଯାଇଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ପୋଚ, ମଦ ଓ ମଦ ତିଆରି ସାମଗ୍ରୀ ଜବତ କରାଯାଇଛି । ଜିଲ୍ଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଠଗଡ ଇନ୍ସପେକ୍ଟର କେଶବ ଚନ୍ଦ୍ର ଦାସ, ତିଗିରିଆ ଇନ୍ସପେକ୍ଟର ସନ୍ତୋଷ ପ୍ରଧାନ, ଆଠଗଡ ଏସଆଇ ବିଜୟ ଭଞ୍ଜ , ଟି ଲାକ୍ରା, ଦେବାନନ୍ଦ ଭୁୟାଁ, ନିରାକାର ବେଉରା, ଦୀପକ ସାମଲ, ଦୁଷ୍ମନ୍ତ ବସନ୍ତରା ପ୍ରମୁଖ ଏହି ଚଢଉରେ ଭାଗ ନେଇଥିଲେ ।
ନକଲି ଔଷଧ କାରବାର ଘଟଣା
