୪୫ ଗ୍ରାମ୍ ବ୍ରାଉନସୁଗର ଜବତ, ୨ ଗିରଫ
କଟକ : ଆଜି ଜିଲ୍ଲା ଅବକାରୀ ବିଭାଗର କର୍ମଚାରୀମାନେ ବାରଙ୍ଗ ଓ ଓଏମପି ଛକରେ ଜଗି ରହି ବ୍ରାଉନସୁଗର ବିକୁଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବାରଙ୍ଗର ତାପସ କର ଓ ଓଏମପି ଛକରେ ରହୁଥିବା ଆନନ୍ଦ ଦାସ । ଆନନ୍ଦଠାରୁ ୨୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ବେଳେ ତାପସଠାରୁ ୨୦ ଗ୍ରାମ୍ ବ୍ରାଉନସୁଗର ଜବତ କରାଯାଇଛି । ବର୍ତ୍ତମାନର ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଚୋରା ବେପାରୀମାନେ ତାଙ୍କର ଏହି କାରବାର ଆରମ୍ଭ କରିଥିବା ସୂଚନା ପାଇ ଜିଲ୍ଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶ କ୍ରମେ କଟକ-୨ର ଇନ୍ସପେକ୍ଟର ଅଜିତ ପାତ୍ର ଓ କଟକ -୧ର ଇନ୍ସପେକ୍ଟର ଅର୍ପିତା ସାହୁ ଚଢଉ କରି ଏହି ପରିମାଣର ବ୍ରାଉନସୁଗର ଜବତ କରିଥିଲେ । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।
