ସାମ୍ବାଦିକ ସମ୍ମିଳନୀରେ କାନ୍ଦିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ : ପତ୍ନୀଙ୍କ ଉପରେ ଆରୋପକୁ ନେଇ ଦୁଃଖୀ
ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ବିଜୟୱାଡାରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗିଥିଲେ । ତାଙ୍କ ଉପରେ ହୋଇଥିବା ବ୍ୟକ୍ତିଗତ ଟାର୍ଗେଟ ଯୋଗୁଁ ସେ ଗଭୀର ଆଘାତ ପାଇଛନ୍ତି ବୋଲି ସେ କହିଛନ୍ତି ।
ପୂର୍ବତନ ସିଏମ ଚନ୍ଦ୍ରବାବୁ ନାଇଡୁ ଆଜି ସକାଳେ ବିଧାନସଭା ଅଧିବେଶନରେ ଅଂଶଗ୍ରହଣ କରିଥିଲେ ଏବଂ ଗୃହ ଚାଲୁଥିବା ସମୟରେ ତାଙ୍କ ଉପରେ ବ୍ୟକ୍ତିଗତ ଟାର୍ଗେଟ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏଥି ସହ ସେ କହିଛନ୍ତି ଯେ ଶାସକ ଦଳରର ବିଧାୟକମାନେ ମଧ୍ୟ ତାଙ୍କ ପରିବାର ଏବଂ ପତ୍ନୀଙ୍କ ବିରୋଧରେ ବୟାନବାଜି କରିଥିଲେ । ଏହି ବିଷୟରେ ଉଲ୍ଲେଖ କରି ସାମ୍ବାଦିକ ସମ୍ମିଳନୀରେ ନାଇଡୁ ଅତ୍ୟନ୍ତ ଭାବପ୍ରବଣ ହୋଇ ପଡ଼ିଥିଲେ । ବ୍ୟକ୍ତିଗତ ଆକ୍ରମଣରେ ଆଘାତ ପାଇ ଚନ୍ଦ୍ରବାବୁ ନାଇଡୁ ଗୃହ ମଧ୍ୟଭାଗରେ ବିଧାନସଭାର ଛାଡି ସିଧା ଦଳ ମୁଖ୍ୟାଳୟକୁ ଯାଇଥିଲେ । ଏହାପରେ ଗଣମାଧ୍ୟମକୁ ସମ୍ବୋଧିତ କରିବା ସମୟରେ ନିଜ ଭାବନାକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ କାନ୍ଦିବାକୁ ଲାଗିଥିଲେ ।
#WATCH | Former Andhra Pradesh CM & TDP chief Chandrababu Naidu breaks down at PC in Amaravati
— ANI (@ANI) November 19, 2021
He likened the Assembly to 'Kaurava Sabha' & decided to boycott it till 2024 in protest against 'ugly character assassinations' by YSRCP ministers & MLAs, says TDP in a statement pic.twitter.com/CKmuuG1lwy
ସେ କହିଛନ୍ତି ଯେ “ମୋ ପତ୍ନୀ ରାଜନୀତିରେ ଆଗ୍ରହୀ ନୁହଁନ୍ତି । ଚାଳିଶ ବର୍ଷର ମୋର ରାଜନୈତିକ କ୍ୟାରିୟର ହେଉ କିମ୍ବା ଯେତେବେଳେ ମୋ ପିତା ମୁଖ୍ୟମନ୍ତ୍ରୀ ଥିଲେ ଏବଂ ମୁଁ ମଧ୍ୟ ସିଏମ୍ ଥିଲି, କିନ୍ତୁ ମୋ ପତ୍ନୀ ରାଜନୀତିରେ ଆଗ୍ରହ ପ୍ରକାଶ କରିନଥିଲେ । ବେଳେବେଳେ ଏହା ଘଟିଥାଏ ଯେତେବେଳେ ସେ ପ୍ରୋଟୋକଲ୍ ଅନୁସରଣ କରି ମୋ ସହିତ ଉପସ୍ଥିତ ରହିଥାନ୍ତି । ସେ ନିଜ ପୂରା ଜୀବନ ମୋତେ ଆଗକୁ ବଢିବା ପାଇଁ ବିତାଇ ଦେଇଛନ୍ତି କିନ୍ତୁ ଆଜି ତାଙ୍କ ଚରିତ୍ରକୁ ସଂହାର କରାଯଇଛି । ମୋର ପୂର୍ବ ରାଜନୈତିକ କ୍ୟାରିୟରରେ ମୁଁ ଏଭଳି ବାକ୍ୟର ସମ୍ମୁଖୀନ ହୋଇ ନାହିଁ ବୋଲି ପୂର୍ବତନ ସିଏମ୍ କହିଛନ୍ତି । ସେ କହିଛନ୍ତି ଯେ ସେ ବହୁତ ସଂଘର୍ଷ କରିଛନ୍ତି ଏବଂ ଜୀବନରେ ଅନେକ ଉତ୍ଥାନ-ପତନ ଦେଖିଥିଲେ ମଧ୍ୟ ବିରୋଧୀଙ୍କ ତରଫରୁ ଗୃହରେ ଏପରି ବୟାନ କୌଣସି ରୂପରେ ସମ୍ମାନର ବିରୋଧୀ । ନାଇଡୁ କହିଛନ୍ତି ଯେ ଆମେ ମଧ୍ୟ ସରକାରରେ ବସିଛୁ ଏବଂ ବର୍ତ୍ତମାନ ବିରୋଧୀ ଦଳରେ ଅଛୁ, କିନ୍ତୁ ଆମର ନେତାମାନେ ଏପରି ବ୍ୟବହାର କରିନାହାଁନ୍ତି ।
