ନିର୍ବାଚନରେ ପରାସ୍ତ ହେବା ଭୟରେ ହୋଇଛି କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର: କଂଗ୍ରେସ
ନୂଆଦିଲ୍ଲୀ : ଦେଶକୁ ସମ୍ବୋଧିତ କରି ତିନୋଟି କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଘୋଷଣା ପରେ କଂଗ୍ରେସ ସମେତ ସମସ୍ତ ବିରୋଧି ଦଳ ଏହାକୁ ସେମାନଙ୍କ ବିଜୟ କଥା କହିବା ଆରମ୍ଭ କରି ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି କଂଗ୍ରେସ। ଏନେଇ ଦଳ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଭାଙ୍ଗି ଯାଇଛି ଅଭିମାନ ଆଉ ଜିତିଛନ୍ତି ଦେଶର କୃଷକ। ଏହା ସହିତ ଦଳ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ପରାଜୟର ଭୟ ଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ଏବଂ ଅନ୍ନଦାତା ଅହଂକାରର ମୁଣ୍ଡ ନୁଆଁଇ ଦେଇଛନ୍ତି।
ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଦେଶର ଅନ୍ନଦାତାଙ୍କ ସତ୍ୟାଗ୍ରହ ଆଗରେ ମୁଣ୍ଡ ନୁଆଁଇଛନ୍ତି। ଅନ୍ୟାୟ ବିରୁଦ୍ଧରେ ଏହି ବିଜୟ ପାଇଁ ଅଭିନନ୍ଦନ! ଜୟ ହିନ୍ଦ, ଜୟ ହିନ୍ଦ କୃଷକ!’ ସେହିପରି କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କୃଷି ଆଇନ ପ୍ରତ୍ୟାହାର କରି ପ୍ରଧାନମନ୍ତ୍ରୀ ବୁଝିପାରିଛନ୍ତି ଦେଶରେ କୃଷକଙ୍କ ଠାରୁ କେହି ବଡ଼ ନୁହେଁ। ଏହି ଆଇନ ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନରେ ପ୍ରାୟ ୬୦୦-୭୦୦ କୃଷକଙ୍କ ମୃତ୍ୟୁ ହୋଇସାରିଛି। ଆନ୍ଦୋଳନ କରୁଥିବା କୃଷକଙ୍କୁ ଆନ୍ଦୋଳନଜୀବୀ, ଗୁଣ୍ଡା, ଦେଶଦ୍ରୋହୀ, ଆତଙ୍କବାଦୀ କହିବା ପରେ ଏବେ ସେମାନେ କୃଷକଙ୍କୁ କ୍ଷମା ମାଗୁଛନ୍ତି।
देश के अन्नदाता ने सत्याग्रह से अहंकार का सर झुका दिया।
— Rahul Gandhi (@RahulGandhi) November 19, 2021
अन्याय के खिलाफ़ ये जीत मुबारक हो!
जय हिंद, जय हिंद का किसान!#FarmersProtest https://t.co/enrWm6f3Sq
ଆନ୍ଦୋଳନ ଚାଲିଥିବା ସମୟରେ ଯେତେବେଳେ କୃଷକଙ୍କ ହତ୍ୟା ହେଉଥିଲା କିମ୍ବା ସେମାନଙ୍କ ଉପରେ ଲାଠିଚାର୍ଜ କରାଯାଉଥିଲା କିମ୍ବା ଗିରଫ କରାଯାଉଥିଲା ସେତେବେଳେ ପ୍ରଧାନମନ୍ତ୍ରୀ କାହିଁକି ଚୁପ ଥିଲେ। ସେହି ତିନୋଟି କେନ୍ଦ୍ରୀୟ କୃଷି ଆଇନକୁ ପ୍ରତ୍ୟାହାର କରାଯିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଉଛି ହେଲେ ସରକାରଙ୍କ ଏହି ନୀତି ଉପରେ କିପରି ବିଶ୍ୱାସ କରାଯିବ। ସବୁକିଛି ଦେଶ ସାମ୍ନାରେ ରହିଛି। ମୁଁ ଖୁସି ଯେ ସରକାର ଏକଥା ବୁଝିପାରିଛନ୍ତି ଯେ ଦେଶରେ କୃଷକଙ୍କ ଠାରୁ ବଡ଼ କେହି ନାହାଁନ୍ତି। ଯଦି ଦେଶରେ ସରକାର ଚାଷୀଙ୍କୁ ଦଳି ଦେବାକୁ ଚେଷ୍ଟା କରନ୍ତି ଏବଂ ଯଦି ଚାଷୀ ଏହା ବିରୁଦ୍ଧ ଛିଡ଼ା ହୁଅନ୍ତି ତାହେଲେ ସରକାରଙ୍କୁ ମୁଣ୍ଡ ନୂଆଁଇବାକୁ ହେବ। ସରକାର ଏକଥା ବୁଝି ପାରିଛନ୍ତି। ଏହି ଆନ୍ଦୋଳନରେ ସହିଦ ହୋଇଥିବା କୃଷକଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଯଦି ସରକାର କୃଷକଙ୍କ ସମସ୍ୟାକୁ ଗୁରୁତର ସହ ନେଉଛନ୍ତି ତାହେଲେ ଲଖୀନପୁର ଘଟଣାରେ ଜଡିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମନ୍ତ୍ରୀଙ୍କୁ ବରଖାସ୍ତ କରନ୍ତୁ।
