ବିଦେଶୀ ନାଗରିକ ନେଇପାରିବେ ଟିକା
ନୂଆଦିଲ୍ଲୀ: ଭାରତରେ ଏଣିକି ବିଦେଶୀ ନାଗରିକମାନେ କରୋନା ବିରୋଧୀ ଟିକା ନେଇ ପାରିବେ। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଫିସ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଟିକା ପାଇଁ ଭାରତୀୟଙ୍କ ଭଳି ବିଦେଶୀ ନାଗରିକମାନେ ବି କୋ-ୱିନ ଆପ୍ରେ ପଞ୍ଜୀକରଣ କରିପାରିବେ। ଏହି ସମୟରେ ସେମାନେ ନିଜର ପାସପୋର୍ଟକୁ ପରିଚୟପତ୍ର ଭାବେ ବ୍ୟବହାର କରିବେ। କୋ-ୱିନରେ ପଞ୍ଜୀକରଣ କରିବା ପରେ ସେମାନଙ୍କୁ ଟିକା ପାଇଁ ସ୍ଲଟ ମିଳିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
Together We Fight, Together We Win ?
— Office of Mansukh Mandaviya (@OfficeOf_MM) August 9, 2021
Govt has now allowed foreign nationals residing in India to register on CoWin portal and take #COVID19 vaccine.
This will ensure overall safety from the transmission of the virus.
? https://t.co/DFMChPdSVj
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଭାରତରେ ରହୁଥିବା ବିଦେଶୀ ନାଗରିକମାନେ କୋଓ୍ବିନ ପୋର୍ଟାଲରେ ପଂଜୀକରଣ କରି ଟିକା ନେଇପାରିବେ । ସେମାନେ ନିଜର ପାସପୋର୍ଟକୁ ପରିଚୟପତ୍ରଭାବେ ଦେଖାଇପାରିବେ । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତରେ ଏକ ବଡ଼ ସଂଖ୍ୟାରେ ବିଦେଶୀ ଲୋକ ରହୁଛନ୍ତି । ବିଶେଷକରି ମହାନଗରଗୁଡ଼ିକରେ ଅଧିକ ପରିମାଣରେ ବିଦେଶୀ ନାଗରିକ ରହିଛନ୍ତି । ମହାନଗରରେ ଜନସଂଖ୍ୟାର ଘନତ୍ବ ଅଧିକ ଥିବାରୁ କରୋନା ବ୍ୟାପିବାର ଆଶଙ୍କା ଅଧିକ । ଏଣୁ ସବୁ ଯୋଗ୍ୟ ନାଗରିକଙ୍କୁ ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ବିଦେଶୀ ନାଗରିକମାନଙ୍କୁ ଟିକା ଦିଆଯିବା ଦ୍ବାରା ସେମାନେ ସୁରକ୍ଷିତ ରହିବେ । ଏହା ଦ୍ବାରା କରୋନା ସଂକ୍ରମଣ ବ୍ୟାପିବାକୁ ରୋକାଯାଇପାରିବ ।
