ୱାର୍ଡବାସୀଙ୍କ ପାଇଁ କର୍ପୋରେଟର ଅରବିନ୍ଦଙ୍କୁ ଘାରିଛି ରାସ୍ତା ଚିନ୍ତା
କଟକ : କୋଭିଡ୍ କଟକଣା ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ପୂଜା ପାର୍ବଣ ଏବେ ଆୟୋଜିତ ହେଉଥିବାରୁ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସଭିଙ୍କ ମୁହଁରେ ଆନନ୍ଦର ଲହରି ଖେଳିଯାଇଛି । ଏହି ଅବସରରେ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଶାରଦୀୟ ଦୂର୍ଗା ପୂଜା ଅବସରରେ ସମସ୍ତ ରାସ୍ତା ଘାଟ ମରାମତି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତିରେ କରାଯିବା ପାଇଁ ସିଏମସି ପକ୍ଷରୁ ନିଷ୍ପତି ନିଆଯାଇଛି । ଦିନ ହେଉ ବା ରାତି ରାସ୍ତା କାମ ମୋର ପୂଜା ପୂର୍ବରୁ ସରିବା ଦରକାର ବୋଲି କହିଛନ୍ତିି ୫୩ନଂ ୱାର୍ଡର କର୍ପୋରେଟର ଅରବିନ୍ଦ ଜେନା । ଗତ କାଲି (ଶୁକ୍ରବାର) ୱାର୍ଡର ବିଭିନ୍ନ ସ୍ଥାନରେ ହେଉଥିବା ରାସ୍ତା କାର୍ଯ୍ୟର ତଦାରଖ କରିବା ପାଇଁ ରାତି ଗୋଟାଏ ବେଳେ ନିଜେ କର୍ପୋରେଟର ଅରବିନ୍ଦ ଉଜାଗର ରହି ୱାର୍ଡର ବିଭିନ୍ନ ସ୍ଥାନ ବୁଲି ବୁଲି ରାସ୍ତା କାର୍ଯ୍ୟର ତଦାରଖ କରିଛନ୍ତି । ପାର୍ବଣ ପାଇଁ ୱାର୍ଡର ସମସ୍ତ ରାସ୍ତା ଚକା ଚକ ହେବା ସହ ସୌନ୍ଦର୍ଯ୍ୟକରଣ ଦିଗରେ ସେ ବେଶ ତତ୍ପର ଅଛନ୍ତି । କାଣର ମୋ ଉପରେ ହଜାର ହଜାର ସଂଖ୍ୟାରେ ୱାର୍ଡବାସୀ ଯେଉଁଭଳିଭାବେ ଭରଷା ଓ ବିଶ୍ୱାସ କରିଛନ୍ତି ତାହାକୁ ମୁଁ କେବେବି ବ୍ୟର୍ଥ ହେବାକୁ ଦେବିନାହିଁ ବୋଲି କର୍ପୋରେଟର ଅରବିନ୍ଦ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
