‘ଲମ୍ୟାନଚଶ୩ ଏବଂ ଇଟିଂଗ୍ରିଟି’ର ସ୍ୱତନ୍ତ୍ର ଗାରମେଂଟ୍ ଷ୍ଟୋର ଉଦ୍ଘାଟିତ
କଟକ : କେୱାଲ କିରନ କ୍ଲଥିଂ ଲିମିଟେଡର (କେକେସିଏଲ)ର ସ୍ୱତନ୍ତ୍ର ବ୍ରାଣ୍ଡ ‘ଲମ୍ୟାନଚଶ୩ ଏବଂ ଇଟିଂଗ୍ରିଟି’ର ପଂଚମ (୫ମ) ଷ୍ଟୋର ସିଲଭରସିଟି କଟକ ସହରର ବ୍ରଜକବାଟୀ ରୋଡ ସ୍ଥିତ କ୍ରିଷ୍ଣା ଆକ୍ରେଡଠାରେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ କେକେସିଏଲର ବ୍ରାଣ୍ଡ ହେଡ ହିିମାଂଶୁ ପନ୍ଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ନୂତନ ଷ୍ଟୋରଟିକୁ ଉଦଘାଟନ କରି ଭାରତ ବର୍ଷରେ ଅତ୍ୟାଧୁନିକ ୟୁଥ ବ୍ରାଣ୍ଡଭାବେ ଏହା ବେଶ ପରିଚିତ ଅଟେ, ଏବଂ ସମସ୍ତ ବର୍ଗକୁ ଏହା ବେଶ ସୁହାଇବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପନ୍ଥ କହିଥିଲେ । ଅନ୍ୟତମ ଅତିଥିଭାବେ କେକେସିଏଲର ଡେପୁଟି ମ୍ୟାନେଜର ତପେଶ ଚାରୁତବେଦୀ ଏବଂ ମାଷ୍ଟର ଫ୍ରାଚାଇଂଜ ଦୀପକ୍ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଆଜି (ଶନିବାର) ଗୋଟିଏ ଦିନରେ କମ୍ପାନୀ ପକ୍ଷରୁ କଟକ ଲିଙ୍କରୋଡସ୍ଥିତ ଅରୁଣଦେୟ ମାର୍କେଟ ଏବଂ ଢ଼େଙ୍କାନାଳର କାଂଚନ ବଜାରଠାରେ ମଧ୍ୟ ନୂତନ ଆଉଟଲେଟ ଖୋଲାଯାଇଛି । ଲମ୍ୟାନଚଶ୩ କେୱାଲ କିରନ କ୍ଲଥିଂ ଲିମିଟେଡ ସଦା ସର୍ବଦା ଉନ୍ନତ ଧରଣର କ୍ଲବ-ୱେୟାର ପ୍ରସ୍ତୁତ କରିଥାଏ । ବର୍ତମାନର ଯୁବପିଢ଼ୀଙ୍କ ଚାହିଦାକୁ ଆଖି ଆଗରେ ରଖି ଲମ୍ୟାନଚଶ୩ ତାର ବ୍ରାଣ୍ଡ ପ୍ରସ୍ତୁତ କରିଥାଏ । ଏହି ବ୍ରାଣ୍ଡ କଷ୍ଟମରଙ୍କ ପାଇଁ ଡେନିମ, କ୍ଲବ ଆଣ୍ଡ କାଜୁଆଲ ୱେୟାର, ଫ୍ୟାସନ ବ୍ରାଣ୍ଡ ଉପରେ ଜ୍ୟାକେଟ୍, ଡେନିମ ଆଣ୍ଡ କଟନ ଟ୍ରାଉଜର ଆଦି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିଥାଏ । ଲମ୍ୟାନଚଶ୩ ପକ୍ଷରୁ ଚର୍ଚିତ ବଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ତଥା ସେଲିବ୍ରିଟି ରୋହିତ ସେଟୀଙ୍କୁ ତାର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି । ଏହି ବ୍ରାଣ୍ଡର ଟାଗଲାଇନ ରହିଛି “ଷ୍ଟାର ହେବା” । ଇଟିଂଗ୍ରିଟି ହେଉଛି ଏମିତି ଏକ ବ୍ରାଣ୍ଡ ଯାହାକି କଷ୍ଟମରକୁ ପୁରା ଆତ୍ମସନ୍ତୋଷ ଯୋଗାଇଥାଏ । କେୱାଲ କିରନଙ୍କ “କ୍ଟ୍ରରକ୍ଟ୍ରକ୍ଟ୍ରଚ୍ଚ ଌ ଗ୍ଦକ୍ଟ୍ରକ୍ସସଦ୍ଭଶଚ୍ଚ” – ୨୦୨୨ ବ୍ରାଣ୍ଡ ଉଦଘାଟନ ହେବାକୁ ଯାଉଛି । ଲମ୍ୟାନଚଶ୩ ଆଣ୍ଡ ଇଟିଂଗ୍ରିଟିର ବ୍ରାଣ୍ଡ ହେଡ୍ ହିମାଂଶୁ ପନ୍ଥ ସମଗ୍ର ଭାରତ ବର୍ଷରେ ଅନ୍ତତ ୨୫ଟି ସ୍ୱତନ୍ତ୍ର ବାଣ୍ଡ ଖୋଲିବା ପାଇଁ ସ୍ଥିର କରିଛି । କେୱାଲ କିରନ କ୍ଲଥିଂ ଲିମିଟେଡ ସମଗ୍ର ଭାରତ ବର୍ଷରେ ଲିଡିଂ ବ୍ରାଣ୍ଡ ଭାବେ ୧୯୯୨ମସିହାରୁ ପରିଚିତ ଅଟେ । ଭାରତ ବର୍ଷରେ କମ୍ପାନି ପକ୍ଷରୁ ୨୫ଟି ରାଜ୍ୟର ୨୦୯ଟି ବଡ ବଡ ସହରରେ ଏହି ବ୍ରାଣ୍ଡର ଷ୍ଟୋର ସ୍ଥାପିତ ହୋଇଥିବା ବେଳେ ୪୨୫ ରୁ ଉର୍ଦ୍ଧ୍ୱ ରିଟେଲ ଷ୍ଟୋରରେ ଏହା ଉପଲବ୍ଧ । ଏହି ବ୍ରାଣ୍ଡ ବିଶ୍ୱାସ ଓ ଭରଷାର ବ୍ରାଣ୍ଡ ଭାବେ ପରିଚିତ ହୋଇପାରିଛି ବୋଲି କେକେସିଏଲର ବ୍ରାଣ୍ଡ ହେଡ୍ ଶ୍ରୀ ପନ୍ଥ କହିଛନ୍ତି ।
