ବିଶାଖାପାଟଣା ଷ୍ଟେସନ ଛାଡିଲା ପ୍ରଥମ ସ୍ୱତନ୍ତ୍ର ପିଆଜ ଟ୍ରେନ୍
ଭୁବନେଶ୍ୱର : କେବଳ ପିଆଜ ପରିବହନ କରୁଥିବା ପ୍ରଥମ ପିଆଜ ସ୍ୱତନ୍ତ୍ର ଟ୍ରେନ୍ ଆଜି ବିଶାଖାପାଟଣା ଷ୍ଟେସନ ଠାରୁ ଉତର-ପୂର୍ବ ସୀମାନ୍ତ ରେଳପଥର କାଟିହର ରେଳ ମଣ୍ଡଳ ଅନ୍ତର୍ଗତ ଜଲାଲଗଡ ଷ୍ଟେସନ କୁ ଯାତ୍ରା କରିଛି । ପୂର୍ବ ତଟ ରେଳପଥର ୱାଲଟିୟର ରେଳ ମଣ୍ଡଳର ଉଦ୍ୟମରେ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଏହାର ପ୍ରଥମ ଯାତ୍ରା ଆରମ୍ଭ କରାଯାଇଅଛି । ଏହି ଟ୍ରେନରେ ୧୦ ଟି ପାର୍ସଲ୍ ଭ୍ୟାନ୍ କୋଚ୍ ଯାହାକି ପ୍ରତ୍ୟେକରେ ୨୩ ଟନ୍ ପିଆଜ ଏବଂ ଦୁଇଟି ଦ୍ୱିତୀୟ ଶ୍ରେଣୀ ଓ ଲଗେଜ୍ କୋଚ୍ ଅଛି ଯାହାର ପରିବହନ କ୍ଷମତା ପ୍ରତ୍ୟକ ୮ ଟନ୍ ଅଛି । ଏହି ପାଇଲଟ ପ୍ରୋଜେକ୍ଟ ରେ ବିଶାଖାପାଟନମ୍ ରୁ ୨୪୬ ଟନ୍ ପିଆଜ ବିହାରର ପୁର୍ନିଆ ଜିଲ୍ଲାର ଜଲାଲଗଡ଼କୁ ନିଆଯାଇଛି ।
ୱାଲଟିୟର ରେଳ ମଣ୍ଡଳ ଦ୍ୱାରା ଏହା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି ଯାହା ଦ୍ୱାରା ପିଆଜ ଚାଷୀମାନେ ସେମାନଙ୍କ ଫସଲ ପାଇଁ ଉଚିତ ମୂଲ୍ୟ ପାଇପାରିବେ ଏବଂ ଏହାକୁ ସର୍ବନିମ୍ନ ସମୟରେ ପରିବହନ କରିପାରିବେ । ଏହି ପାର୍ସଲ ଭ୍ୟାନ ମଧ୍ୟ ପିଆଜକୁ ବର୍ଷା ଠାରୁ ରକ୍ଷା କରିବ । ଏହି ଟ୍ରେନ୍ ପିଆଜ ଚାଷୀଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ । ଏହାର ପରୀକ୍ଷା ଚାଲିବା ପରେ, କୃଷକ, ବ୍ୟବସାୟୀ ଏବଂ ରେଳ ଅଧିକାରୀଙ୍କ ସହ ଉଚିତ ଆଲୋଚନା ପରେ ପରିବହନରେ ସଂଶୋଧନ କରାଯିବାକୁ ପ୍ରୟାସ କରାଯିବ ଏବଂ କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବ ।
