ବଠିଂଡା ଆର୍ମୀ କ୍ୟାମ୍ପରେ ଫାଇରିଂ, ଚାରି ଜଣ ଜବାନ ଶହୀଦ, ଆତଙ୍କବାଦୀ ଆକ୍ରମଣକୁ ଅସ୍ୱୀକାର
ନୂଆଦିଲ୍ଲୀ : ପଂଜାବର ବଠିଂଡା କୈଟ ଅଂଚଳ ଆର୍ମୀ କ୍ୟାମ୍ପରେ ବୁଧବାର ଭୋର ସମୟରେ ହୋଇଥିବା ଫାୟାରିଂରେ ୪ ଜଣ ସୈନିକ ସହିଦ ହୋଇଛନ୍ତି । ଏହା ପରେ ମିଲିଟାରି ସ୍ଟେଶନର ସବୁ ଗେଟ ବନ୍ଦକରି ପୁରା ଅଂଚଳକୁ ସିଲ କରିଦିଆ ଯାଇଛି । ସେନାବାହିନୀ ପଂଜାବ ପୋଲିସ ସହିତ ଏହି ଘଟଣାର ଜାଂଚ କରୁଛି । ପଂଜାବ ପୋଲିସ ଏହି ଘଟଣାକୁ ଆତଙ୍କବାଦ ଦିଗରୁ ଧରି ନେଇଛନ୍ତି । ସେନା ପ୍ରମୁଖ ଜେନେରାଲ ମନୋଜ ପାଂଡେ ମଧ୍ୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିଛନ୍ତି ଯେ ଏହା କୌଣସି ଆତଙ୍କୀ ଆକ୍ରମଣ ନୁହେଁ ।
