ଭୂକମ୍ପ ଝଟକାରେ ଥରିଲା ଜାମ୍ମୁ କାଶ୍ମୀର ରିକ୍ଟର ସ୍କେଲରେ ତିବ୍ରତା ୪.୦
ଜାମ୍ମୁ : ଜାମ୍ମୁ କାଶ୍ମୀରରେ ପୁଣି ଥରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ରେ ମାପ କରାଯାଇଛି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୁଚନା ମିଳିନାହିଁ ।ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଏହି ଭୁକମ୍ପର ସମୟ ସକାଳ ୧୦.୧୦ ରେ ଘଟିଛି । ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତି ନଷ୍ଟ ହୋଇଥିବାର ଖବର ମିଳିନାହିଁ । ଅଧିକାଂଶ ଲୋକଙ୍କୁ ଭୂକମ୍ପ ବିଷୟରେ ଜାଣା ନଥିଲେ ।
