ଉମେଶ ପାଲ ହତ୍ୟାକାଣ୍ଡ ମାମଲା : ଅତିକ ଅହମଦକୁ ସାବରମତି ଜେଲରୁ ଅଣାଗଲା ପ୍ରୟାଗରାଜ
ଲକ୍ଷ୍ନୌ : ପ୍ରୟାଗରାଜ ପହଞ୍ଚିଲା ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଅତିକ ଅହମଦ । ୨୮ ଘଣ୍ଟା ମଧ୍ୟରେ ସାବରମତି ଜେଲରୁ ଉତ୍ତରପ୍ରଦେଶ ପୋଲିସର ଏକ ଟିମ ଅତିକଙ୍କୁ ନେଇ ବୁଧବାର ପ୍ରୟାଗରାଜରେ ପହଞ୍ଚିଲେ।
ଏଥର ବି ପୂର୍ବଭଳି ସେହି ରାସ୍ତାରେ ଅଣାଯାଇଛି। ଅତିକଙ୍କୁ ନେବାକୁ ଯେଉଁ ପ୍ରିଜନ ଭ୍ୟାନ ନିଆଯାଇଥିଲା ସେଥିରେ ବାୟୋମେଟ୍ରିକ ଲକ ଲଗାଯାଇଥିଲା। ଏପରିକି ଅତିକଙ୍କୁ ଆଣୁଥିବା ପୋଲିସଙ୍କ ଦେହରେ ମଧ୍ୟ କ୍ୟାମେରା ଲାଗିଥିଲା। ଯାହାଦ୍ୱାରା ଅତିକଙ୍କୁ ସାବରମତିରୁ ପ୍ରୟାଗରାଜ ଆଣିବା ସମୟର ସମସ୍ତ ଘଟଣା ରେକର୍ଡ ହୋଇପାରିବ। ହେଲେ ଅତିକଙ୍କୁ ବୁଧବାର କୋର୍ଟରେ ହାଜର କରାଯିବ ନାହିଁ।
