ପୂଜା ମଣ୍ଡପରେ ଅଗ୍ନି ନିରାପତ୍ତା ସଚେତନତା ବୈଠକ
କଟକ : ପୂଜା ମଣ୍ଡପରେ ଅଗ୍ନି ନିରାପତ୍ତା ସଚେତନତା ଉପରେ ଏକ ବୈଠକ କଟକ ମହାନଗର ନିଗମ କମିଶନର ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୂଜା ମଣ୍ଡପଗୁଡିକରେ କିଭଳି ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଇପାରିବ ସେନେଇ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସିଏମସି ଉପ ଆୟକ୍ତଙ୍କ ସମେତ ଶାନ୍ତି କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ପୂଜାକୁ ଶୃଙ୍ଖଳିତ ସହକାରେ ପାଳନ କରିବା ସହ ଅଗ୍ନି ନିରାପତ୍ତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଉପ ଆୟୁକ୍ତ ଶ୍ୱେତପଦ୍ମା ଡି. ଶତପଥୀ, ମନୋଜ କୁମାର ମହାପାତ୍ର, ଅମୀୟ ନାୟକ, ଦେବେନ୍ଦ୍ରନାଥ ସାହୁ, ଭିକାରି ଦାସଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
