ବାଲ୍ୟ ବିବାହମୁକ୍ତ ସମାଜ ଗଠନ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
କଟକ : କଟକ ଜିଲ୍ଲାକୁ ବାଲ୍ୟ ବିବାହମୁକ୍ତ କରିବା ଲାଗି ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପମାନ ନିଆଯାଉଥିବା ବେଳେ ଆଜି ସ୍ଥାନୀୟ ବାରବାଟୀ ପ୍ୟାଲେସଠାରେ ଜିଲ୍ଲା ପ୍ରଶାସନ, ୟୁନିସେଫ ଏବଂ ଆକ୍ସନ ଏଡ ସଂଗଠନ ଦ୍ୱାରା ଆୟୋଜିତ ଏକ ଜିଲ୍ଲାସ୍ତରୀୟ ବାଲ୍ୟବିବାହ ନିଷେଧ ସଂପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସଚେତନତା ମାଧ୍ୟମରେ ଏହି ସାମାଜିକ ପ୍ରଥାକୁ ପ୍ରତିହତ କରିବା ପାଇଁ ସମୁଚିତ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତି ହୋଇଥିଲା । ଏତଦ ବ୍ୟତୀତ ନାରୀ ଶିକ୍ଷାକୁ ପ୍ରୋତ୍ସାହନ ଓ ନାରୀ ସଶକ୍ତିକରଣ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପର ବହୁଳ ପ୍ରସାରେ କରାଯିବା ଉଚିତ ବୋଲି ବକ୍ତାମାନେ ମଧ୍ୟ ମତ ପ୍ରକାଶ କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ସଂପୃକ୍ତିରେ ବାଲ୍ୟ ବିବାହ କରୁଥିବା ପୁତ୍ର ବା କନ୍ୟାମାନଙ୍କର ଅଭିଭାବକମାନଙ୍କର ମାନସିକ ସ୍ତରରେ ପରିବର୍ତ୍ତନ ପାଇଁ ପଥ ପ୍ରଦର୍ଶକ ଭାବରେ ଭୂମିକାକୁ ଅଗ୍ରାହ୍ୟ କରିହେବ ନାହିଁ । ଏଭଳି ଏକ ସାମାଜିକ ବ୍ୟାଧିକୁ ପ୍ରତିହତ କରିବା ନିମନ୍ତେ ଐକ୍ୟବଦ୍ଧ ଭାବରେ ସବୁ ସ୍ତରରେ ନିରନ୍ତର ଉଦ୍ୟମର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ କହିଥିଲେ । ଆକ୍ସନ ଏଡ ଜିଲ୍ଲା ସଂଯୋଜିକା ନିବେଦିତା ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ଚାଇଲ୍ଡ ଲାଇନ ନିର୍ଦ୍ଦେଶିକା ଶୈଳ ବେହେରା, ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଭ୍ୟ ଅମୀୟ ବିଶ୍ୱାଳ, ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର, ଅଭୟ କୁମାର ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିôକାରୀ ପ୍ରଗତୀ ମହାନ୍ତି, ଜିଲ୍ଲା ସଂଯୋଜିକା ମାନସୀ ଧଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ମଂଜୁଲତା ନାୟକ ଧନ୍ୟବାଦ ଦେଇଥିଲେ ।
