‘ପୁଷ୍ପା ୨’ର ସୁଟିଂ ଆରମ୍ଭ, ଏହି ଦିନ ରିଲିଜ୍ ହେବ ଫିଲ୍ମ
ମୁମ୍ବାଇ : ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ‘ପୁଷ୍ପା ପାର୍ଟ ୧’ ତାଙ୍କୁ ଦେଇଛି ଅନେକ ସଫଳତା । ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଇଥିଲା।ପ୍ରଥମ ପାର୍ଟ ରିଲିଜ୍ ହେବା ପରେ ଦର୍ଶକ ଏହାର ଦ୍ଵିତୀୟ ପାର୍ଟକୁ ଚାହିଁ ରହିଛନ୍ତି। ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି। ‘ପୁଷ୍ପା-୨’ର ସୁଟିଂ ଆରମ୍ଭ ହୋଇ ସାରିଛି। ଅଲ୍ଲୁ ଅର୍ଜୁନ ସୁଟିଂ ଟିମ୍ ସହ ଯୋଗ ଦେଇ ‘ପୁଷ୍ପା-୨ ‘ ର ସୁଟିଂ ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆରେ ଫିଲ୍ମର ସୁଟିଂର ଏକ ଫଟୋ ସାମ୍ନାକୁ ଆସିଛି । ଅଭିନେତାଙ୍କ ସହ ପ୍ରସିଦ୍ଧ ସିନେମାଟୋଗ୍ରାଫର ମିରୋସ୍ଲାଭ କୁବା ବ୍ରୋଜେନକ ମଧ୍ୟ ଏହି ଫଟୋରେ ନଜର ଆସିଛନ୍ତି।
ମିରୋସଲା କୁବା ବ୍ରୋଜେକ ନିଜେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଆଲୁଙ୍କ ସହ ନଜର ଆସିଛନ୍ତି । ଏହି ଫଟୋରୁ ଜଣା ପଡିଛି ଯେ ସେ ଅଲୁ ଅର୍ଜୁନଙ୍କୁ କିଛି ଶିଖାଉଛନ୍ତି । ଏଠାରେ, ଆମେ ଆପଣଙ୍କୁ କହିବା ଯେ ଫିଲ୍ମର ସୁଟିଂ ଦୀର୍ଘ ସମୟ ପର୍ଯ୍ୟନ୍ତ ହୋଇପାରି ନ ଥିଲା। କିନ୍ତୁ ବର୍ତ୍ତମାନ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି, ଆଶା କରାଯାଉଛି ଯେ ଫିଲ୍ମ ଆସନ୍ତା ବର୍ଷ ଅର୍ଥାତ ୨୦୨୩ରେ ରିଲିଜ୍ ହେବ । ଏହି ଚଳଚ୍ଚିତ୍ରରେ ଅଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦନା, ଫହାଦ ଫସିଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।
ନିକଟରେ ଅଲୁ ଅର୍ଜୁନ ‘ପୁଷ୍ପା ୨’ କୁ ନେଇ ଏକ ସାକ୍ଷାତକାର ଦେଇଥିଲେ। ସେ କହିଛନ୍ତି ଯେ ଏହି ଫିଲ୍ମକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି । ‘ମୁଁ ଭାବୁଛି ଯେ, ପାର୍ଟ ୧ ଠାରୁ ପାର୍ଟ ୨କୁ ଅଧିକ ଭଲ କରିବାକୁ ଚେଷ୍ଟା କରିବି । ଏହା ଆମ ଟିମ୍ ପାଇଁ ଏକ ବଡ ସୁଯୋଗ ଯେ, ଆମେ ପୂର୍ବ ଭାଗ ଅପେକ୍ଷା ଚଳଚ୍ଚିତ୍ରର ଦ୍ବିତୀୟ ଭାଗ କୁ ଏକ ଭଲ ଉପାୟରେ ଉପସ୍ଥାପନ କରିପାରିବୁ ‘।
ବିଶେଷ ସୂତ୍ରରୁ ମିଳି ଥିବା ଖବର ଅନୁଯାୟୀ, ନିର୍ମାତାମାନେ ଫିଲ୍ମର ଦ୍ୱିତୀୟ ଭାଗର ସୁଟିଂ ଆସନ୍ତା ବର୍ଷ ଜାନୁୟାରୀ ସୁଦ୍ଧା ଶେଷ କରିବାକୁ ଚାହୁଁଛନ୍ତି। ଫିଲ୍ମର ପୋଷ୍ଟ ପ୍ରଡକ୍ସନରେ ସୁଟିଂର ଚାରି ମାସ ପରେ କରାଯିବ। ଫିଲ୍ମର ପ୍ରଥମ ଭାଗ ୧୯୪ କୋଟି ଟଙ୍କା ବଜେଟ୍ ସହିତ ନିର୍ମାଣ ହୋଇଥିବା ବେଳେ ନିର୍ମାତାମାନେ ଦ୍ୱିତୀୟ ଭାଗ ପାଇଁ ୪୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି।
ସୁକୁମାରଙ୍କ ନିର୍ଦ୍ଦେଶିତ ‘ପୁଷ୍ପା: ଦି ରାଇଜ୍’ ଗତ ବର୍ଷ ଡିସେମ୍ବର ୧୭ ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଲୁ ଅର୍ଜୁନ, ରଶ୍ମିକାଙ୍କ ବ୍ୟତୀତ ସୁନୀଲ, ସାମନ୍ଥା, ଫାହାଦ ଫସିଲ, ପ୍ରକାଶ ରାଜ, ଅଜୟ ଘୋଷଙ୍କ ସହ ଅନେକ ତାରକା ନଜର ଆସିଥିଲେ। ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର ହିନ୍ଦୀ ସଂସ୍କରଣ ପ୍ରାୟ ୧୧୦ କୋଟି ଟଙ୍କା ସଂଗ୍ରହ କରିଥିଲା। ଏବେ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଛନ୍ତି ।
