ପଦ୍ମତୋଳା ହ୍ରଦର ପୁନଃରୁଦ୍ଧାର ଆଶା ଉଜ୍ଜୀବିତ ବିଭାଗୀୟ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ
ନୀଳଗିରି : ଉପକୂଳ ବାଲେଶ୍ୱର ଜିଲ୍ଲାର ଏକମାତ୍ର ପ୍ରାକୃତିକ ହ୍ରଦ ପଦ୍ମତୋଳା ଯାହା ଉପାନ୍ତ ମୟୂରଭଞ୍ଜ ଏବଂ ନୀଳଗିରି ବ୍ଲକର କାଂଶ ନିକଟବର୍ତୀ ଅଂଚଳରେ ପରିବ୍ୟାପ୍ତ ୧୦୦ ଏକର ପରିମିତ ଅଂଚଳରେ ଅବସ୍ଥିତ ତାହା ଏବେ ପରିତ୍ୟକ୍ତ ଏବଂ ପଙ୍କ କାଦୁଅରେ ପରିପୂର୍ଣ୍ଣ । ଏଭଳି ପ୍ରାକୃତିକ ମନୋରମଭରା ହ୍ରଦର ପୁନଃରୁଦ୍ଧାର ପାଇଁ ବିଭିନ୍ନ ସମୟରେ ସ୍ୱର ଉଠିଆସିଛି । ମାତ୍ର ପ୍ରଶାସନିକ ଅବହେଳା ହେଉ କିମ୍ବା ସରକାର ତଥା ନେତୃତ୍ୱ ମାନଙ୍କରର ଆନ୍ତରିକତା ଅଭାବରୁ ଏହି ସ୍ଥାନଟି ଅବହେଳିତ ହୋଇ ରହିଛି । ପୂର୍ବରୁ ବହୁବାର ବିଧାନସଭାରେ ଏ ପ୍ରସଙ୍ଗ ଉଠିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ବର୍ତମାନର ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ମଧ୍ୟ ଦୀର୍ଘ ଆଠ ବର୍ଷ ଧରି ଏ ବିଷୟ ବିଧାନସଭାରେ ଉପସ୍ଥାପନ କରିଛନ୍ତି । ଚଳିତ ଶୀତକାଳିନ ଅଧିବେଶନରେ ଏ ପ୍ରସଙ୍ଗ ଉଠାଇ ଏହାର ଉତର ଚାହିଁଥିଲେ । ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ତୁରନ୍ତ ଗୁରୁତ୍ୱ ଦେଇ ବିଭାଗୀୟ ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ ସହିତ ଆଗାମୀ ଡିସେମ୍ବର ୩୧ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଷଲ । ଏ ନେଇ ବୁଧବାର ଆଡ଼ିସନାଲ ଚିଫ୍ ଇଂଜିନିୟର ରମେଶ କୁମାର ସାବତଙ୍କ ସହ ବାଲେଶ୍ୱର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମାନସ ଦାସ, ନୀଳଗିରି କ୍ଷୁଦ୍ର ଜଳସେଚନର ଏସ.ଡି.ଓ. ନିମାଇଁ ନାୟକ, କନିଷ୍ଠ ଯନ୍ତ୍ରୀ ରମେଶ ଦାସ, ଡ୍ରେନେଜ ଏସ.ସି. ଏବଂ ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକଙ୍କ ସମେତ ବହୁ ନେତୃସ୍ଥାନୀୟ ଲୋକ ଏବଂ ବହୁ ଜନସାଧାରଣ ପଦ୍ମତୋଳା ପରିଦର୍ଶନରେ ଯାଇ ଅନୁଧ୍ୟାନ କରିଥିଲେ । ଫଳରେ ପଦ୍ମତୋଳାର ପୁନରୁଦ୍ଧାର ହେବାର ଆଶା ଉଜ୍ଜିବୀତ ହୋଇଛି । ୧୦୦ ଏକର ପରିମିତ ଏହି ହ୍ରଦ ଏବେ ପୋତି ହୋଇ ୪୧.୨୬ ଏକର ସ୍ଥିତିବସ୍ଥା ଥିଲା ବେଳେ ପୁନଃଉଦ୍ଧାର ହେଲେ ବିଦେଶାଗତ ପକ୍ଷୀ ସମାଗମ ହେବା ସହ ବହୁ ପର୍ଯ୍ୟଟକ ଏହି ମନୋରମା ଭରା ହ୍ରଦର ଦୃଶ୍ୟ ଉପଭୋଗ କରିପାରିବେ । ଫଳରେ ବାଲେଶ୍ୱର ରେ ଅବସ୍ଥିତ ବହୁ ପର୍ଯ୍ୟଟନ କ୍ଷେତ୍ର ସହ ଯୋଡ଼ି ହୋଇ ଏକ ୟୁକ ଟୁରିଜିମ୍ରେ ମାନ୍ୟତା ପାଇପାରିବ ।
