ସୋର କୁଡେଇ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ସର୍ବ ଭାରତୀୟ କୁଇଜ୍ ପ୍ରତିଯୋଗିତାରେ ୨ୟ
ସୋର : ସୋର ବ୍ଲକ ଅଧୀନ କୁଡେଇ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ଦୁଇ ବିଜ୍ଞାନ ୨ୟ ବର୍ଷ ଛାତ୍ରୀ ପ୍ରତ୍ୀକ୍ଷା ସାହୁ ଜାତୀୟସ୍ତରରେ ଏଡ୍ସ ସଂପର୍କିତ କୁଇଜ୍ ପ୍ରତିଯୋଗିତାରେ ୨ୟ ସ୍ଥାନ ଅଧିକାର କରିବାର ଗୈାରବ ଅର୍ଜନ କରିଛନ୍ତି । ସୁଶ୍ରୀ ସାହୁ ଓଡିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଅଧୀନରେ ଥିବା ରେଡ୍ ରିବନ୍ କ୍ଲବ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରି ସର୍ବଭାରତୀୟ ପ୍ରତିଯୋଗିତା ପାଇଁ ମନୋନିତ ହୋଇଥିଲେ । ମହାରାଷ୍ଟ୍ର ଥାନେରେ ଆୟୋଜିତ ଏହି ପ୍ରତିଯୋଗିତାରେ ସେ ୨ୟ ସ୍ଥାନ ଅଧିକାର କରି ରାଜ୍ୟକୁ ଗୈାରବାନ୍ୱିତ କରିଥିବାରୁ ସୋର ଅଂଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ତାଙ୍କୁ ବଧେଇ ଜଣାଯାଇଛି । ଏହି କୃତିତ୍ୱ ପାଇଁ ତାଙ୍କୁ ଟ୍ର‘ି ସହ ୩୦ ହଜାର ଟଙ୍କାର ଚେକ୍ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ କରୁଣାକର ସାହୁ, ଡିପିଏମ୍ ରଶ୍ମିତା ମହାନ୍ତି, କଲେଜ ପରାମର୍ଶଦାତା ମଧୁସ୍ମିତା ମହାନ୍ତିଙ୍କ ତତ୍ୱାବଧାନରେ ସୁଶ୍ରୀ ସାହୁଙ୍କୁ ଏହି ସ‘ଳତା ମିଳିଥିବା ନେଇ ତାଙ୍କ ପିତା ବସନ୍ତ କୁମାର ସାହୁ ଖୁସି ବ୍ୟକ୍ତ କରିଛନ୍ତି ।
