ସରକାରୀ ଆଉଟ ସୋର୍ସିଂ ସଂଘର ସ୍ଥାୟୀ ନିଯୁକ୍ତି ଦାବି
ଯାଜପୁର : ସ୍ଥାୟୀ ନିଯୁକ୍ତି ଦାବିରେ ଚଳିତମାସ ୧୪ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଆଉଟସୋର୍ସିଂ ଜରିଆରେ ସରକାରୀ ବିଭିନ୍ନ ବିଭାଗରେ କାମକରୁଥିବା ସମସ୍ତ କର୍ମଚାରୀ କଳାବ୍ୟାଚ ପିନ୍ଦି କାମକରିବେ । ନଭେମ୍ବର ୨୦ ତାରିଖସୁଧା ସରକାର ଏଥି ନେଇ କୌଣସି ପୁନଃବିଚାର ନକଲେ ନଭେମ୍ବର ୨୬ ତାରିଖ ଦିନ ସାରା ରାଜ୍ୟରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରିମାନେ ରାଜଧାନି ମହାତ୍ମାଗାନ୍ଧିମାର୍ଗରେ ସମୂହ ବିକ୍ଷୋଭ ପଦର୍ଶନ କରିବେବୋଲି ମହାସଘଂ ସଭାପତି ସଂଜୟ ପଟ୍ଟନାୟକ ନିଷ୍ପତି ନେଇଛି । ସେକହିଛନ୍ତି ଯେ ନିକଟରେ ରାଜ୍ୟର ଐତିହାସିକ ନିଷ୍ପତି ମୂଳେ ଚୂକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ତାକୁ ଉଚ୍ଛେଦକରି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାପାଇଁ ଘୋଷଣା କରିଛନ୍ତି । କିନ୍ତୁ ର୍ଦୁଭାଗ୍ୟର କଥା ହେଲା ଏହିସୁବିଧାରୁ ରାଜ୍ୟରେ ବିଭିନ୍ନ ସରକାରୀ ଦର୍ତ୍ତରେ ଆଉଟସୋର୍ସିଂ ଜରିଆରେ ବର୍ଷବର୍ଷ ଧରୀ କାର୍ଯ୍ୟକରି ଆସୁଥିବା କର୍ମଚାରୀଙ୍କୁ ବଞ୍ଚିତ କରାଯାଇଛି । ସ୍ୱଳ୍ପ ଦରକା ଓ ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ରାଜ୍ୟ ପାଇଁ ଦିନ ରାତିକୁ ଏକକରି ଶାସନର ମେରୁଦଣ୍ଡ ସାଜିଥିବା ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତିରାଜ୍ୟ ସରକାରଙ୍କ ଦୀର୍ଘ ଦିନର ଅଭହେଳାକୁ ନେଇ କର୍ମଚାରୀମାନଙ୍କ ମଧ୍ୟରେ ଯେଉଁତିକ୍ତ ଅସନ୍ତୋଷ ପ୍ରକାଶ ପାଇଛିତାହା ପରବର୍ତ୍ତୀ କାଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବବୋଲି ସଂଘ ତରଫର ଚେତାବନି ଦିଆଯାଇଛି । ଏଥିନେଇ ସରକାରଙ୍କୁ ବାରମ୍ବାର ଶାନ୍ତିପୂର୍ଣ୍ଣଭାବେ ଗୁହାରି କରୁଥିଲେ ମଧ୍ୟ ରାଜ୍ୟ ସରକାର ଏଥି ନେଇ ନିରବ ଅଛନ୍ତି । ଏହାର ପ୍ରତିବାଦରେ ସଂଘ ଦେଇଥିବା ଆନ୍ଦୋଳନ ଓ ଡ଼ାକରାରେ ଯାଜପୁର ଜିଲ୍ଲାର ବିଭିନ୍ନ ବିଭାଗରେ କାର୍ଯ୍ୟକରୁଥିବା ଶତାଧିକ କର୍ମଚାରୀ ଅନ୍ଦୋଳନରେ ଯୋଗ ଦେଇ ପ୍ରତିବାଦ ସ୍ୱରୁପ ପ୍ରତିବାଦ କରାଯିବ ବୋଲି ଜିଲ୍ଲାର ସଭାପତି ଓ ସମ୍ପାଦକ ଚେତାବନି ଦେଇଛନ୍ତି ।
