ସମବାୟ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
କଟକ : କଟକ ସମବାୟ ବ୍ୟାଙ୍କ ସଦର ଶାଖାର ସେବା ସମବାୟ ସମିତିର ସଂପାଦକ ନିରଂଜନ ରାଉଳଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ସଦର ଶାଖାର ପ୍ରବନ୍ଧକ ରଣଜିତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅବସର ନେଇଥିବା ଶ୍ରୀ ରାଉଳଙ୍କୁ ସୁନିତା ପାଣି ଓ ଦିପ୍ତୀମୟୀ ସାହୁ ପୁଷ୍ପଗୁଚ୍ଛ ଓ ଉପଢୈାକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ମିହିର ଷଡଙ୍ଗୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲା ବେଳେ ମୁଖ୍ୟବକ୍ତା ବିଜୟ କୁମାର ପଶୁପାଳକ ଶ୍ରୀ ରାଉଳଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ । କଟକ ସମବାୟ ସଂଘର ମୁଖ୍ୟ ସଂଯୋଜକ ପ୍ରତୀୟ କୁମାର ଦାଶ ଶ୍ରୀ ରାଉଳଙ୍କ କାର୍ଯ୍ୟକାଳର ନିଷ୍ଠାପର ସେବାକୁ ପ୍ରଶଂସା କରିଥିଲେ । ଏହି ସଭାରେ ସୁନିଲ କୁମାର ରାଉତ, ଶିବେନ୍ଦ୍ରନାଥ ବେଉରା, ବିଜୟ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶ୍ରୀ ରାଉଳଙ୍କ ବାକି ଜୀବନର ଶୁଭ କାମନା କରାଯାଇଥିଲା ବେଳେ ବିଶ୍ୱନାଥ ମହାପାତ୍ର ଧନ୍ୟବାଦ ଦେଇଥିଲେ ।
