କଟକରେ ଇଭିଏମ୍ ମେସିନ୍ରେ ତ୍ରୁଟି, ୩୦ ଓ ୩୭ ନମ୍ବର ବୁଥରେ ମତଦାନ ବାଧାପ୍ରାପ୍ତ
କଟକ : କଟକରେ ବି ଇଭିଏମ୍ ମେସିନ୍ରେ ତ୍ରୁଟି । ଏବେ ଯାଏଁ ଆରମ୍ଭ ହୋଇପାରିନାହିଁ ମତଦାନ । କଟକ ସିଡିଏ ସ୍ଥିତ ଡିଏଭି ସ୍କୁଲର ଥିବା ୩୦ ଓ ୩୭ ନମ୍ବର ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଛି । ଇଭିଏମ୍ରେ ତ୍ରୁଟି ଥିବାରୁ ଏବେ ଯାଏଁ ଆରମ୍ଭ ହୋଇପାରିନାହିଁ ମତଦାନ । ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ସେହିପରି ଭୁବନେଶ୍ୱର କିଛି ବୁଥ୍ରେ ମଧ୍ୟ ଇଭିଏମ୍ ତ୍ରୁଟି ଦେଖାଦେଇଛି । ନୟାପ୍ଲଲୀର ଅଞ୍ଚଳର ଓ୍ୱାର୍ଡ ନମ୍ବର ୩୯ ଓ ୨୩ରେ ଇଭିଏମ୍ ମେସିନ୍ରେ ତ୍ରୁଟି ଦେଖାଦେଇଥିଲା । ଯାହାଫଳରେ ଭୋଟ ଗ୍ରହଣରେ ବାଧାପ୍ରାପ୍ତ ହୋଇଛି । ସୂଚନା ଯେ, ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ ଏସି ଏବଂ ୩ଟି ମହାନଗର ନିଗମ ପାଇଁ ହେବ ଭୋଟ୍ ଗ୍ରହଣ ଚାଲିଛି । କାଉନସିଲର/କର୍ପୋରେଟର ଏବଂ ପୌରାଧ୍ୟକ୍ଷ/ମେୟର ପଦବୀ ପାଇଁ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟିଂ ହେବ ।
