କୋଭିଡ୍ ଚିକିତ୍ସାରେ ଅବହେଳା : ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ : ଭୀମ୍ସାରେ କୋଭିଡ ଚିକିତ୍ସାରେ ଅବହେଳା ଅଭିଯୋଗ ମାମଲାରେ ମୃତକଙ୍କ ପରିବାର କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୨ ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ୧୧ ପରିବାରକୁ ୫୦ ହଜାର ଲେଖାଏଁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମେ ୨ ତାରିଖ ସୁଦ୍ଧା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । କ୍ଷତିପୂରଣ ଦେବା ସହ ମେ’ ୨ ସୁଦ୍ଧା କଂପ୍ଲାଏନ୍ସ ରିପୋର୍ଟ ଦେବାକୁ କୁହାଯାଇଛି । ଅବସରପ୍ରାପ୍ତ ବିଚାରପତିଙ୍କ ରିପୋର୍ଟ ଆଧାରରେ ନିର୍ଦ୍ଦେଶ ଜାରି ହୋଇଛି ।
ପୂର୍ବରୁ ବୁର୍ଲା ଭୀମସାର ମେଡିକାଲ କଲେଜରେ କିଛି କୋଭିଡ ରୋଗୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ମେଡିକାଲ ବିରୋଧରେ ଅଭିଯୋଗ କରିଥିଲେ । ପରିବାର ଲୋକେ କହିଥିଲେ କି ମେଡିକାଲରେ ଚିକିତ୍ସା ଅବହେଳାରୁ ସେମାନଙ୍କ ପରିଜନଙ୍କର ମୃତ୍ୟୁ ହୋଇଥିଲା । ଏନେଇ କୋର୍ଟ ତରଫରୁ ଜଣେ ଅବସର ପ୍ରାପ୍ତ ଜଷ୍ଟିସଙ୍କୁ ଏହାର ତଦନ୍ତ କରିବାକୁ ଦାୟୀତ୍ୱ ଦେଇଥିଲେ ହାଇକୋର୍ଟ । ଏବେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ କ୍ଷତିପୂରଣ ଦେବାକୁ କହିଛନ୍ତି ।
