ସର୍ଟ ସର୍କିଟ ଯୋଗୁଁ ଦୋକାନ ଗୃହ ରେ ଲାଗିଲା ନିଆଁ
ରାଇଘର : ରାତିରେ ସର୍ଟ ସର୍କିଟ ଯୋଗୁଁ ସମସ୍ତ ଜିନିଷ ପତ୍ର ଜଳିପଡି ପାଉଁଶ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଦେବାଗା ପଂଚାୟତ ର ବିରସାଡୀ ଗ୍ରାମ ର ପଂଚୁରାମ ରାଉତ ଯିଏ କି ଜଣେ ଭିନ୍ନକ୍ଷମ ବୟସ ୬୨ ବର୍ଷ । ବହୁତ କଷ୍ଟ ରେ ପଂଚୁ ଘରେ ଦୋକାନ ଗୋଟେ ଦେଇ ଚାଲୁଥାଏ । ପରିବାର ଲୋକେ ସମସ୍ତେ ଖାଇ ସାରି ଶୋଇବା ପରେ ହଟାତ କାଲି ରାତିରେ ସର୍ଟ ସର୍କିଟ ଯୋଗୁଁ ପଂଚୁ ରାଉତ ର ଦୋକାନ ରେ ନିଆଁ ଲାଗିଯାଇଥିଲା କିଏ ଜାଣି ପାରିନ ଥିଲେ ହଟାତ ଫ୍ରିଜ ରେ ନିଆଁ ଲାଗିଯିବାରୁ ସାଉଣ୍ଡ ହେବାରୁ ସମସ୍ତେ ଜାଣିବା ପରେ ଆଉ କିଛି ନ ଥିଲା ଫ୍ରିଜ, ଟିଭି, ଦୋକାନ ଜିନିଷ ପତ୍ର, ୨ ଲକ୍ଷ ଟଙ୍କା ସବୁ ଜଳି ପଡି ପାଉଁଶ । ଭିନ୍ନକ୍ଷମ ହୋଇ ମଧ୍ୟ ବହୁତ କଷ୍ଟ ରେ ଦୋକାନ ଗୋଟେ ଦେଇଥିଲେ ତାହା ପୁଣି ଜଳିଗଲା ଏବେ ମୁଣ୍ଡ ରେ ହାତ ଦେଇ କାନ୍ଦି କାନ୍ଦି ବସିଛନ୍ତି ପଂଚୁ ରାଉତ ସରକାର ଙ୍କ ସାହାଯ୍ୟ ଟିକେ ମାଗିଛନ୍ତି ପଂଚୁ ରାଉତ,ଗ୍ରାମ ର ଶଙ୍କର ରାଉତ, ଭାରତ ରାଉତ, ବଳରାମ ରାଉତ, ଦାମୋଦର ରାଉତ, ଗୌତମ ରାଉତ, ଲଇଖାନ ରାଉତ, ସମସ୍ତ ସାହି ପଡିଶା ପଂଚୁ ରାଉତ କୁ ସରକାରି ସାହାଯ୍ୟ ପାଇଁ ଦାବି କରିଛନ୍ତି ।
