ଅର୍ଚନା ନାଗଙ୍କୁ ପୁଣି ଥରେ ରିମାଣ୍ଡରେ ନେବାକୁ ଇଡି ର ଯୋଜନା
ଭୁବନେଶ୍ୱର : ବହୁଚର୍ଚିତ ଲେ଼ଡି ବ୍ଲାକମେଲର ଅର୍ଚନା ନାଗ ମାମଲାରେ ପ୍ରବର୍ତନ ନିର୍ଦେଶାଳୟ ପୁଣି ଥରେ ଅର୍ଚନା ନାଗଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରୁଛି । ଆଜି ଅର୍ଚନାଙ୍କ ରିମାଣ୍ଡ ସମାପ୍ତ ହେଉଛି । ଅନ୍ୟ ପକ୍ଷରେ ସେ ଇଡିକୁ ତଦନ୍ତରେ ସହଯୋହ କରୁ ନ ଥିବା କାରଣରୁ ଇଡି ତାଙ୍କୁ ପୁଣି ଥରେ ରିମାଣ୍ଡରେ ନେବାକୁ ଯୋଜନା କରୁଥିବା ଜଣା ପଡିଛି । ସେହିପରି ଆସନ୍ତାକାଲି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ କୋର୍ଟରେ ହାଜର କରାଯିବ । ଉଭୟଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବାକୁ ପ୍ରସ୍ତୁତି କରୁଛି ଇଡି ।
