ଇଡିରେ ହାଜର ହେଲେ ଚର୍ଚ୍ଚିତ ମିଶ୍ର
ଭୁବନେଶ୍ୱର : ଇଡିରେ ହାଜର ହୋଇଛନ୍ତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର । ପୂର୍ବତନ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ବିଏମଡବ୍ଲୁ ଗାଡ଼ି କିଣା ମାମଲାରେ ଚର୍ଚ୍ଚିତ ଭୁବନେଶ୍ୱର ଇଡି ଅଫିସରେ ହାଜର ହେବା ପାଇଁ ନୋଟିସ୍ ଜାରି କରାଯାଇଥିଲା । ଇଡିର ନୋଟିସ ଆଧାରରେ ଚର୍ଚ୍ଚିତ ସୋମବାର ଇଡିରେ ହାଜର ପରେ ତାଙ୍କୁ ଜେରା କରିଛି । ୨ ଘଂଟାର ଜେରା ପରେ ଚର୍ଚ୍ଚିତ ଇଡି ଅଫିସ୍ ରୁ ବାହାରିଥିବା ଜଣାପଡିଛି ।
