ଇଷ୍ଟ ଜୋନ ପୁରୁଷ ବିଭାଗ କବାଡି ପ୍ରତିଯୋଗିତା ସମ୍ଭନ୍ଧରେ ବିଶ୍ୱବିଦ୍ୟାଳୟ କୂଳ ସଚିବ ଙ୍କ ଦ୍ୱାରା ପ୍ରେସମିଟ.
ବାରିପଦା : ଆଜି ଅପରାହ୍ନ ରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମମ୍ମିଳନୀ କକ୍ଷ ଠାରେ କୂଳ ସଚିବ ସହଦେବ ଶ୍ରୀଯୁକ୍ତ ସମାଧିଆ ଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟ ରେ ନଭେମ୍ୱର ୨୪ ରୁ ନଭେମ୍ୱର ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଇଷ୍ଟ ଜୋନ ପୁରୁଷ ବିଭାଗ କବାଡି ପ୍ରତିଯୋଗିତା ସମ୍ଭନ୍ଧ ରେ ଏକ ପ୍ରେସ ମୀଟ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ପ୍ରେସ ମିଟ ରେ କୂଳସଚିବ ପ୍ରକାଶ କରିଥିଲେ କି ଏହି ପ୍ରତିଯୋଗିତା ପ୍ରଥମ କରି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜନ କରାଯାଉଥିବା ରୁ ଖେଳାଳି ତଥା କ୍ରୀଡା ପ୍ରେମୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଉଦ୍ଦୀପନା ଦେଖା ଯାଇଛି. କୂଳ ସଚିବ ସୂଚାଇ ଥିଲେ କି ଏହି ପ୍ରତିଯୋଗିତା ଚଳିତ ମାସ ୨୪ ତାରିଖ ରୁ ଆରମ୍ଭ ହୋଇ ୨୭ ତାରିଖ ରେ ଉଦଯାପିତ ହେବ. ଗ୍ରୁପ ଏ ମ୍ୟାଚ ରେ ୧୪ ଟି ବିଶ୍ୱବିଦ୍ୟାଳୟ ଗ୍ରୁପ ବି ରେ ୧୪ ଟି ଏବଂ ଗ୍ରୁପ ସି ରେ ୧୫ ଟି ଏହିପରି ସର୍ବ ମୋଟ ୫୮ ଟି ବିଶ୍ୱବିଦ୍ୟାଳୟ ର ଖେଳାଳି ମାନେ ବାରିପଦା ରେ ଅଂଶ ଗ୍ରହଣ ଜରିବେ. ସକାଳ ମ୍ୟାଚ ୭.୩୦ ମିନିଟ ରେ ଆରମ୍ଭ ହେବ ଏବଂ ଅପରାହ୍ନ ମ୍ୟାଚ ୨ ଘଟିକା ଆରମ୍ଭ ହେବ. ଟିମ ମାନେ ଫିକ୍ସଚର ଅନୁସାରେ ଖେଳ ଆରମ୍ଭ ହେବାର ୩୦ ମିନିଟ ପୂର୍ବରୁ ନିଜ ର ଉପସ୍ଥାନ ସମ୍ପର୍କ ରେ ଜଣାଇବେ.ଏହାପରେ କୂଳସଚିବ ପ୍ରତିଯୋଗିତା ସମ୍ଭନ୍ଧୀୟ ଅନ୍ୟାନ୍ୟ ସୂଚନା ଓ ବିବରଣୀ ପୁଙ୍ଖାନୁ ପୁଙ୍ଖ ଭାବେ ସାମ୍ୱାଦିକ ଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରିଥିଲେ. ଅନୁଷ୍ଠିତ ଉକ୍ତ ପ୍ରେସ ମିଟ ରେ ବିଶ୍ୱବିଦ୍ୟାଳୟ କୁଳପତି ତଥା ପି ଜି କାଉନସିଲ ଚେୟାରମେନ ପ୍ରଫେସର ପ୍ରମୋଦ କୁମାର ଶତପଥି, କଣ୍ଟ୍ରୋଲର ଅଫ ଫାଇନାନ୍ସ ସୁଖଦେବ ତରାଇ, ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ. ଲକ୍ଷ୍ମୀ ଧର ଗିରି, ବିଶ୍ୱବିଦ୍ୟାଳୟ ସ୍ପୋର୍ଟ୍ସ କାଉନସିଲ ସେକ୍ରେଟାରୀ ଡ. ପ୍ରଭଞ୍ଜନ ମଲ୍ଲିକ, କ୍ରୀଡା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ.ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ କ୍ରୀଡା ଶିକ୍ଷକ, ଖେଳାଳି ଏବଂ ଅଧ୍ୟକ୍ଷ ମାନଙ୍କ ସହଯୋଗ ରେ ଇଷ୍ଟ ଜୋନ କବାଡି ପ୍ରତିଯୋଗିତା ବ୍ୟବସ୍ଥିତ ଢଙ୍ଗରେ ପରିଚାଳିତ ହେବ ବୋଲି ଆଶା ପ୍ରକାଶ କରିବା ସହ ଏହାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ସମସ୍ତ ଗଣମାଧ୍ୟମ ର ସହଯୋଗ କାମନା କରିଥିଲେ.ଶେଷରେ ଉପସ୍ଥିତ ଥିବା ଗଣ ମାଧ୍ୟମ ର ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ
