ରେଙ୍ଗାଳି କେନାଲରୁ କାର ସହ ଡ୍ରାଇଭରର ମୃତଦେହ ଉଦ୍ଧାର
ଢେଙ୍କାନାଳ : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଝରଣାବାହାଳ ଗାଁର ଅନନ୍ତ ସିଂ ଗତ ୪ ତାରିଖରୁ ନିଖୋଜ ଥିଲେ । ତାଙ୍କର କୌଣସି ପତ୍ତା ମିଳିନଥିଲା । ପରିବାର ଲୋକେ ମଧ୍ୟ ବହୁ ଖୋଜାଖୋଜି କରିଥିଲେ । ଏହି ପରିପ୍ରେକ୍ଷୀରେ ଶନିବାର କାମାକ୍ଷାନଗର କୁଲେଇ ଗାଁ ନିକଟ ରେଙ୍ଗାଳି ବାମ କେନାଲରୁ କାର ସହ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।
ଶନିବାର ରେଙ୍ଗାଳି ବାମ କେନାଲରୁ ପାଣି କମିବା ପରେ ଅନନ୍ତଙ୍କ କାର ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କାର ଓ ଅନନ୍ତଙ୍କ ମୃତଦେହ ଉଦ୍ଧାର କରିଥିଲା ।
