ନାଟକ ‘ସମୟର ଶୋକ’ ପୁରସ୍କୃତ
କେନ୍ଦୁଝର : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ମଂଚସ୍ଥ ନାଟକ ସମୟର ଶୋକ ପ୍ରଶଂସିତ ହେବା ସହ ପୁରସ୍କୃତ ହୋଇଛି ଚନ୍ଦ୍ରଭାଗା ମହୋତ୍ସବ ଅବସରରେ ଜାତୀୟ ଆନ୍ତଃମାହାବିଦ୍ୟାଳୟ ବହୁଭାଷୀ ନାଟକ ପ୍ରତିଯୋଗିତା ରେ ଗତ ୧ତାରିଖ ଗାନ୍ଧିସ୍ମୃତି ଭବନ ରେ ଏ ନାଟକ ମଂଚସ୍ଥ ହୋଇଥିଲା । ବିଚାରକ ମାନଙ୍କ ଦ୍ୱାରା ଦ୍ୱିତୀୟ ଶ୍ରେଷ୍ଠ ପ୍ରଯୋଜନା,ଦ୍ୱିତୀୟ ଶ୍ରେଷ୍ଠ ନିର୍ଦେଶନା, ପ୍ରଥମ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ସମୟ ର ଶୋକ ନାଟକ ପାଇଛି । ବିଚାରକ ଭାବେ ବସିଥିଲେ ବିଶିଷ୍ଟ ନାଟ୍ୟକାର ଡ଼. ଆଶିଷ ଚକ୍ରବର୍ତୀ, ନାଟ୍ୟକାର ପ୍ରଫେସର ଡ. ପ୍ରଦୀପ ଭୌମିକ ଓ ରାଉରକେଲା ର ବିଶିଷ୍ଟ ନାଟ୍ୟକାର ରାଜୀବ ପାଣି । ଏହି ନାଟକ କୁ ରଚନା ଓ ନିର୍ଦ୍ଦେଶନା କରିଥିଲେ ପ୍ରାଧ୍ୟାପକ ଡ. କୁଳମଣି ପ୍ରଧାନ । ସମସ୍ତ ପ୍ରତିଯୋଗୀ ଙ୍କ ପୁରସ୍କାର ଆସନ୍ତା ଫେବୃଆରୀ ୫ ତାରିଖ ଏକ ସ୍ୱତନ୍ତ ପୁରସ୍କାର ବିତରଣ ଉତ୍ସବ ରେ ପ୍ରଦାନ କରାଯିବ ବୋଲି ଆୟୋଜନ କବି ଶ୍ରୀଦେବ ପ୍ରକାଶ କରିଛନ୍ତି କ୍ଷନାଟ୍ୟକାର ଡ. ପ୍ରଧାନ ଙ୍କ ବିଭିନ୍ନ ନାଟକ ଯଥା ଅପେକ୍ଷାର ସକାଳ, ନାଲି ସଡ଼କ, ତୀର୍ଥ ଯାତ୍ରା, ଧୋ ରେ ବାଇଆ ଧୋ, ଅଘଟଣ ପରେ ଏହା ପୂର୍ବରୁ ଗାନ୍ଧିସ୍ମୃତି ଭବନ, ବାଲେଶ୍ୱର ରେ ମଂଚସ୍ଥ ହୋଇଛି ।
