ପାୱାର ଏମ୍ପେ୍ଲାୟୀଜ ଯୋଡ଼ା ଶାଖାର ସାଧାରଣ ସଭା ଅନୁଷ୍ଠିତ
କେନ୍ଦୁଝର : ଚମ୍ପୁଆ ଟାଉନ ହଲ ଠାରେ ଆର୍ତବନ୍ଧୁ ବିଶ୍ୱାଳ ଙ୍କ ସଭାପତିତ୍ୱରେ ପାୱାର ଏମ୍ପେ୍ଲାୟୀଜ ଯୋଡ଼ା ଶାଖାର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ସଭାରେ ଆନୁଷ୍ଠାନିକ ଭାବେ ପୂର୍ଣ୍ଣଚୈଧୁରୀ ପରିଚାଳନା କରିଥିଲେ । ପ୍ରାରମ୍ଭରେ ନୂତନ ଭାବେ ପାୱାର ଏମ୍ପେ୍ଲାୟୀଜ ୟୁନିୟନରେ ଯୋଗଦାନ କରିଥିବା ସଭ୍ୟମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଟାଟା ପାୱାର କାର୍ଯ୍ୟପନ୍ଥା ଓ ସଫଳତା ବିଷୟରେ ଆଲୋଚନା କରାଯିବା ସହିତ ୟୁନିୟନର ସଦସ୍ୟ ମାନଙ୍କ ର ସମସ୍ୟା ସଂମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣଚନ୍ଦ୍ର ଚୈଧୁରୀ,ସହସାଧାରଣ ସଂମ୍ପାଦକ ପଙ୍କଜ କୁମାର ଜେନା,ଯୁଗ୍ମ ସଂମ୍ପାଦକ ମଳୟ ସାହା,ମଂଡଳ ସଂମ୍ପାଦକ ସଂଞ୍ଜୟ କୁମାର ବାରିକ,ଡିଭିଜନାଲ ସେକ୍ରେଟାରୀ ପ୍ରକାଶ କୁମାର ଜେନା,ଆଶିଷ୍ଟାଣ୍ତ ଡିଭିଜନାଲ ସେକ୍ରାଟାରୀ ସଂଜୀବ କୁମାର ଗିରି,କୋଷାଧ୍ୟକ୍ଷ ବିଜୟ କୃଷ୍ଣ ମାର୍ଡି,ଦିବ୍ୟ ବାରିକ,ଜୟନ୍ତ ପ୍ରକାଶ,ହରି,ମୁକେଶ,ଆଶିଷ,ଜିତେନ,ସଂଞ୍ଜୟ ନନ୍ଦୀ,କୃତିବାସ ରାଉତ ସମେତ ଅନ୍ୟାନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ ।
