ଡବଲ୍ ମର୍ଡର : ଘର ଭିତରୁ ମାଆ-ପୁଅଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଅପରାଧିକ ଘଟଣା ଦିନକୁ ଦିନ ବଢି ଚାଲିଛି । ହତ୍ୟା, ଲୁଟ୍ ଏବଂ ଆକ୍ରମଣ ଭଳି ଘଟଣା ଦୈନିକ ଘଟିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର କଳିଙ୍ଗନଗରର ଘର ଭିତରୁ ମାଆ-ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । କଳିଙ୍ଗନଗର କେ୪-୩୩୪ରେ ଡବଲ୍ ମର୍ଡର ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ କମିଶନ୍ରେଟ୍ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।
