ନିମାପଡ଼ା ତହସିଲଦାର ଓ ସାନ ଭାଇ ଗିରଫ
ପୁରୀ : ପୁରୀ ଜିଲା ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଗିରଫ । ରାମଚନ୍ଦ୍ରଙ୍କ ଭାଇ ଲକ୍ଷ୍ମଣ ଜେନା ମଧ୍ୟ ଗିରଫ । ଉଭୟ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ଗିରଫ କଲା ଭିଜିଲାନ୍ସ । ଦୁର୍ନୀତି କାରବାରରେ ରାମଚନ୍ଦ୍ରଙ୍କ ପ୍ରମୁଖ ସହଯୋଗୀ ଥିଲେ ଲକ୍ଷ୍ମଣ । ଭାଇ ସାହାଯ୍ୟରେ ୪.୫ ଲକ୍ଷ ଟଙ୍କା ଲାଞ୍ଚ ଆଣୁଥିବା ବେଳେ ଧରିଥିଲା ଭିଜିଲାନ୍ସ । ମୋ ବସ୍ ଡ୍ରାଇଭର ଭାବେ କାମ କରୁଥିଲେ ଲକ୍ଷ୍ମଣ ଭାଇକୁ ମଧ୍ୟସ୍ତି ଭାବେ ବ୍ୟବହାର କରୁଥିଲେ ତହସିଲଦାର। ଗତକାଲି ଲକ୍ଷ୍ମଣ ସାଢ଼େ ୪ ଲକ୍ଷ ଟଙ୍କା ରାମଚନ୍ଦ୍ରଙ୍କ ଠାରୁ ଆଣିଥିଲେ। ଭିଜିଲାନ୍ସ ଟିମ୍ର ପଚରାଉଚରା ବେଳେ ଗତ ସେପ୍ଟେମ୍ବର ମାସରେ ୧୦ ଲକ୍ଷ ଟଙ୍କା ଆଣିଥିବା ଲକ୍ଷ୍ମଣ ସ୍ୱୀକାର କରିଥିଲେ। ୩ ଥରରେ ସେ ଭାଇଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଆଣିଥିଲେ।
ଦୁର୍ନୀତି ଅଭିଯୋଗ ପାଇ ଭିଜିଲାନ୍ସ ନିମାପଡ଼ା ତହସିଲ୍ଦାର୍ ରାମଚନ୍ଦ୍ର ଜେନା ଏବଂ ତାଙ୍କ ଭାଇ ଲକ୍ଷ୍ମଣ ଜେନାଙ୍କ ଘରେ ରେଡ୍ କରିଥିଲା । ତହସିଲଦାରଙ୍କ ଠାରୁ ପ୍ରଥମେ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଥିଲା । ପରେ ସରକାରୀ ଘରୁ ୫୦ ହଜାର ଟଙ୍କା ମିଳିଥିଲା । ଏହା ପରେ ତାଙ୍କର କଟକ ସ୍ଥିତ ସିଡିଏ ଘର ସହିତ ଧାନମଣ୍ଡଳ ଓ ଗରଦପୁର ଘରେ ମଧ୍ୟ ରେଡ୍ କରିଥିଲା ଭିଜିଲାନ୍ସ । ସର୍ଚ୍ଚ ଅପରେସନରେ ଜଣେ ଆଡିସନାଲ ଏସ୍ପି, ୭ ଡିଏସ୍ପି ସାମିଲ ହୋଇଥିଲେ । ଅନ୍ୟପକ୍ଷରେ ଭିଜିଲାନ୍ସ ଟିମ୍ର ତଦନ୍ତ ସମୟରେ ରାମଚନ୍ଦ୍ର ଜେନାଙ୍କ ନାଁରେ ୫ଟି ପାନ୍କାର୍ଡ ଥିବା ଜଣାପଡ଼ିଛି। ଏଥିରୁ ୧୯୭୦ ମସିହାରେ ୩ଟି କାର୍ଡ ଜାରି ହୋଇଥିବା ବେଳେ ୧୯୭୧ ଓ ୧୯୭୨ ମସିହାରେ ଅନ୍ୟ ୨ଟି ଜାରି ହୋଇଥିଲା। ସେହିପରି ୩ଟି ପାନକାର୍ଡରେ ରାମଚନ୍ଦ୍ରଙ୍କ ପିତା ଖଗେଶ୍ୱର ଜେନା ଉଲ୍ଲେଖ ଥିବା ବେଳେ ଅନ୍ୟ ୨ଟିରେ ବୈଷ୍ଣବ ଜେନା ଓ ନାରାୟଣ ଜେନା ରହିଛି। ୫ଟି ପାନ୍କାର୍ଡରେ ଜନ୍ମତାରିଖ ଭିନ୍ନ ଭିନ୍ନ ରହିଛି।
