ରବିବାର ଆହାର କେନ୍ଦ୍ର ଖୋଲିବାକୁ ଦାବୀ
ଜୟପୁର : ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଦିନ ମଧ୍ୟ ଆହାର କେନ୍ଦ୍ର ଖୋଲାରଖିବାକୁ ଦାବୀ ହୋଇଛି । ସ୍ୱେଛାସେବୀ ଅନୁଷ୍ଠାନ ସାହାଯ୍ୟ ତରଫରୁ ଜୟପୁର ଉପଜିଲ୍ଲାପାଳଙ୍କ କାଯ୍ୟଳୟରେ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଆକ୍ତରଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବୀ ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ଜୟପୁର ସ୍ଥିତ ଜିଲା ଚିକିତ୍ସାଳୟରେ ଦୁର ଦୁରାନ୍ତରୁ ଅନେକ ରୋଗୀ ଆସି ଚିକିତ୍ସିତ ହେଉଛନ୍ତି । ଆହାର କେନ୍ଦ୍ର ସବୁ ଦିନେ ଖୋଲା ରହୁଥିବା ବେଳେ ରବିବାର ବନ୍ଦ ରହୁଛି । ବାହାରୁ ଆସୁଥିବା ରୋଗୀଙ୍କ ସମ୍ପର୍କିୟ ମାନେ ରବିବାର ବହୁତ ହଇରାଣ ହେଉଛନ୍ତି । ତେଣୁ ରବିବାର ମଧ୍ୟ ଆହାର କେନ୍ଦ୍ର ଖୋଲା ରହିଲେ ଗରିବ ରୋଗିଙ୍କ ସମ୍ପର୍କିୟ ଉପକୃତ ହୋଇପାରିବେ ବୋଲି ଅନୁଷ୍ଠାନର ସମ୍ପାଦକ ମୃୁତ୍ୟୁଞ୍ଜୟ ରାଉତ, କାର୍ତିକ ରାଉତ, ପ୍ରବିର ପାତ୍ର, ସତ୍ୟ ତ୍ରିପାଠି, ଜୟନ୍ତି ଦାସ, ଶ୍ରୀକାନ୍ତ ଦାସ, ସାବିତ୍ରୀ ବେହେରା, ବି. ରମେଶ ପ୍ରମୁଖ ଦାବୀ କରିଛନ୍ତି ।
