ବାହାନଗା : ବାହାନଗା ବ୍ଲକ ଆରୁହାବାଡ଼ ସ୍ଥିତ ଉଦୟନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୋମବାର ଦିନ ଜିଲ୍ଲା ସ୍ଥରୀୟ ବିଜ୍ଞାନମେଳାର ଉଦ୍ଘାଯାପନି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବାଲେଶ୍ୱର ଜିଲ୍ଲାପାଳ ଦତାତ୍ରେୟ ଭାଓସାହେବ ସିନ୍ଧେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ସଭାକୁ ଉଦ୍ଘାଟନ କରିବା ସହ କୁନି ବୈଜ୍ଞାନିକ ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ଜିଲ୍ଲା ଶିକ୍ଷାଅଧିକାରୀ ବିଷ୍ଣୁଚରଣ ସୂତାର ସଭାପତିତ୍ୱ କରିଥିଲେ ।ଏହି ମେଳାରେ ମୁଖ୍ୟ ବକ୍ତାଭାବେ ଶ୍ରୀଯୁକ୍ତ ଜନାର୍ଦ୍ଦନ ବେହେରା ଯୋଗ ଦେଇ ତାଙ୍କ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ମାୟାଧର ମହାକୁଡ଼, ଲୋକନାଥ ଅଗ୍ରୱାଲ, ସ୍କୁଲର ପ୍ରଧାନ ଶିକ୍ଷକ ରଂଜନ କୁମାର ଦାସ ପ୍ରମୁଖ ମଂଚାସିନ ଥିଲେ । ଏହି ମେଳାରେ ସର୍ବମୋଟ ୮୭ଟି ପ୍ରୋଜେକ୍ଟ ରୁ ୭ଟି ପ୍ରୋଜେକ୍ଟକୁ ରାଜ୍ୟ ସ୍ଥରୀୟ ବିଜ୍ଞାନମେଳା ପାଇଁ ଚୟନ କରାଯାଇଥିଲା ।
Post Views: 36,177