ମହାବୀର ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ସେରସାକୁ ହରାଇ ସାଇ ଏକାଦଶ ବିଜୟୀ
ସୋର : ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ବାଗୁଡ଼ି ଖେଳପଡ଼ିଆରେ ମହାବୀର କ୍ଲବ ଆନୁକୂଲ୍ୟରେ ଚାଲିଥିବା ୨୪ତମ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୨ୟ କ୍ୱାଟର ଫାଇନାଲ ମ୍ୟାଚରେ ଖଡ଼ଗପୁର ସେରସାକୁ ହରାଇ ଭୁବନେଶ୍ୱର ସାଇ ଏକାଦଶ ବିଜୟୀ ହୋଇଛି । ଟସ୍ ଜିଣି ସେରସା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ସେରସା ନିର୍ଦ୍ଧାରିତ ୨୮ ଓଭରରୁ ୨୭.୨ ଓଭର ଖେଳି ସମସ୍ତ ୱିକେଟ ହରାଇ ୧୫୭ ରନ୍ ସଂଗ୍ରହ କରିଥିଲା । ଦଳର ବ୍ୟାଟ୍ସମ୍ୟାନ ଦେବୋପମ ବିଶ୍ୱାସ ୪୫ ଟି ବଲ୍ ଖେଳି ୪୦ ରନ୍ ସଂଗ୍ରହ କରିଥିବା ବେଳେ ସାଇ ଏକାଦଶର ବୋଲର ମନୋଜ କୁମାର ବାରିକ ୬ ଓଭର ବୋଲିଂ କରି କୋଡ଼ିଏ ରନ୍ରେ ୪ ଗୋଟି ଉଇକେଟ୍ ଅକ୍ତିଆର କରିଥିଲେ । ଏହାର ଜବାବରେ ସାଇ ଏକାଦଶ ୧୨.୧ ଓଭରରେ କୌଣସି ୱିକେଟ ନ ହରାଇ ୧୬୧ ରନ୍ କରି ବିଜୟୀ ହୋଇଥିଲା । ବିଜୟୀ ସାଇ ଏକାଦଶର ବ୍ୟାଟ୍ସମ୍ୟାନ ସିଦ୍ଧାନ୍ତ କୁମାର ଜେନା ୩୪ଟି ବଲ୍ରୁ ୧୨ଟି ଛକା ଓ ୬ଟି ଚୌକା ମାରି ୧୦୬ ରନ୍ ସଂଗ୍ରହ କରି ଆଜିର ଖେଳରେ ମ୍ୟାନ୍ ଅ‘୍ ଦି ମ୍ୟାଚ୍ ହୋଇଥିଲେ । ତାଙ୍କୁ କ୍ଲବର ସଭାପତି ଅଖିଳରାମ ଜେନା ପୁରସ୍କାର ପ୍ରଦାନ କରିଥିଲେ । ଓସିଏ ପ୍ୟାନେଲ ଅମ୍ପାୟାର ଆଶୁତୋଷ ପାଣି ଏବଂ ରଞ୍ଜନ ମହାନ୍ତି ଆଜିର ମ୍ୟାଚ୍କୁ ପରିଚାଳନା କରିଥିଲେ । ସ୍କୋରର ଭାବେ ପ୍ରଶାନ୍ତ ଜେନା,ରାଜେଶ ଜେନା ଓ ଅନଲାଇନ୍ ସ୍କୋରର ଭାବେ କିରଣ ମନୋହର ମହାନ୍ତି ଏବଂ ଭଷ୍ୟକାର ଭାବେ ଯଦୁନାଥ ଜେନା,ସେକ୍ ଅତୱଲା ଏବଂ ବାସୁଦେବ ଜେନା ଦାୟିତ୍ୱ ତୁଲାଇଥିଲେ । ଜଗନ୍ନାଥ ଶିଅଳ, ରାଜେଶ ଜେନା,ଦୀପକ ବେହେରା,ଶକ୍ତି ସ୍ୱରୂପ ଦାସ,ମହେନ୍ଦ୍ର ଦେ, ପ୍ରଶାନ୍ତ ଜେନା, ପୂର୍ଣ୍ଣଚନ୍ଦ୍ର ଜେନା, ଜୟନ୍ତ କୁମାର ମଳିକ, ଚିନ୍ମୟ ପ୍ରଧାନ, ରମାକାନ୍ତ ମଳିକ, ରାଜକିଶୋର ଦେ ପ୍ରମୁଖଙ୍କ ସମେତ କ୍ଲବର ଅନ୍ୟ ସଦସ୍ୟମାନେ ଆଜିର ମ୍ୟାଚ୍କୁ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ପ୍ରଥମ ସେମି ‘ାଇନାଲରେ ୟୁ ଆଣ୍ଡ ମି ବାଲେଶ୍ୱର ସହିତ ସାଇ ଏକାଦଶ ଭୁବନେଶ୍ୱର ମ୍ମରେ ଖେଳ ଅନୁଷ୍ଠିତ ହେବ ।
