ଦଶପଲ୍ଲା ରେ ମଣ୍ଡଳସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗୀତା
ଦଶପଲ୍ଲା : ରାଧାମୋହନ ଜୀଉ ନୋଡାଲ ହାଇସ୍କୁଲ ଠାରେ ମଙ୍ଗଳବାର ଦିନ ମଣ୍ଡଳସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଦ୍ୟାଳୟରୁ ୧୦୦ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ କ୍ରୀଡା ପ୍ରତିଯୋଗୀତାରେ ନିଜ ନିଜର କ୍ରୀଡା ପ୍ରତିଭା ପ୍ରଦର୍ଶନ କରିଥିଲେ। ଡ୍ରଇଁ, ପଟାଟୋରେସ୍, ୫୦ ମିଟର ଦୌଡ, ୧୦୦ମିଟର ଦୌଡ ପ୍ରତିଯୋଗୀତା ସହିତ ମ୍ଯୁଜିକ୍ ଚେୟାର୍ ପ୍ରତିଯୋଗୀତା ମଧ୍ଯ ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉଦଘାଟନ ଉତ୍ସବରେ ଏନଏସି ଅଧ୍ଯକ୍ଷା ପୁନମ୍ ପ୍ରିୟଦର୍ଶିନୀ ଓ ଉଦଯାପନୀ ଉତ୍ସବରେ ବ୍ଳକ ଅଧ୍ୟକ୍ଷା ସୁନନ୍ଦା ସାହୁ ଅତିଥି ରୂପେ ଯୋଗଦେଇଥିଲେ। ବ୍ଳକ ଶିକ୍ଷାଧିକାରୀ ରାଜ କିଶୋର ମହାରଣାଙ୍କ ସମେତ ଏବିଇଓ, ସିଆରସିସି ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
