କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟଙ୍କ ତରଫରୁ ଜିଲ୍ଲାସ୍ତରୀୟ ସମବାୟ ବ୍ୟାଙ୍କ ସେବା ଓ ଋଣ କର୍ମଶାଳା
କେନ୍ଦୁଝର : କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟଙ୍କ ତରଫରୁ ନବନିର୍ମିତ ଅଡିଟୋରିୟମଠାରେ ଜିଲ୍ଲାସ୍ତରୀୟ ସମବାୟ ବ୍ୟାଙ୍କ ସେବା ଓ ଋଣ କର୍ମଶାଳା ସୋମବାର ଦିିନ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କର ସଭାପତି କାନନ ବିହାରୀ ପହିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାୟକ ନିଜ ବକ୍ତବ୍ୟରେ ସମବାୟ ସଂସ୍ଥା ସହିତ ଜଡିତ ସଭାପତି, ନିର୍ଦ୍ଦେଶକ,ସମ୍ପାଦକ ଓ ସଦସ୍ୟମାନଙ୍କର ସମାଜରେ ଗୁରୁଦାୟିତ୍ୱ ଅଛି ବୋଲି ପ୍ରକାଶ କରିଥିଲେ । ବିଶିଷ୍ଟ ଅତିଥି ତଥା ପୂର୍ବତନ ମନ୍ତ୍ରୀ ଓ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ତୃଣମୂଳସ୍ତରରେ ସମବାୟ ବ୍ୟାଙ୍କର ସେବାକୁ ପହଂଚାଇବାକୁ ଅଧବକାରୀ ଓ ନିର୍ବାଚିତ ପ୍ରତିନିଧବମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି କାନନ ବିହାରୀ ପହି ସ୍ୱାଗତ ଭାଷଣ ପ୍ରଦାନ କରି ଏହି ବ୍ୟାଙ୍କ କୃଷକମାନଙ୍କ ପାଇଁ ଉତ୍ସର୍ଗୀକୃତ ହୋଇ କାର୍ଯ୍ୟ କରୁଛି ବୋଲି ପ୍ରକାଶ କରି ଏହାର କାର୍ଯ୍ୟକାରୀ ମୂଳଧନ ୧୧୬୨କୋଟି ଟଙ୍କାକୁ ଟପିଥିବାବେଳେ ଋଣ ଆଦାୟର ହାର ଶତକଡା ୯୬ପ୍ରତିଶତ ରହିଛି ବୋଲି ସେ କହିଥିଲେ । ଏହି ବ୍ୟାଙ୍କର ଜମାସଂଗ୍ରହ ୬୨୯କୋଟି ୬୯ଲକ୍ଷ ଟଙ୍କାରେ ପହଂଚିଥିବାବେଳେ ବିଗତ ଆର୍ôଥକ ବର୍ଷରେ ୫୧୯କୋଟି ୪୬ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିବା ସହ ଚଳିତ ଆର୍ôଥକ ବର୍ଷରେ ଫେବୃୟାରୀ ୨୮ସୁଦ୍ଧା କେନ୍ଦୁଝର ସମବାୟ ବ୍ୟାଙ୍କ ଦେଲାଣି ୫୭୨କୋଟି ଟଙ୍କାର ଋଣ ଦେଇସାରିଲାଣି ବୋଲି ପ୍ରକାଶ କରିଥିଲେ । ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର ଓ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ପୂର୍ବତନ ସଭାପତି ଆଶିଷ ଚକ୍ରବର୍ତୀ,ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ମୁଖ୍ୟ ସାଧାରଣ ପରିଚାଳକ ସୁବାସ ଚନ୍ଦ୍ର ମିଶ୍ର, ଜିଳ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡଃ ବିନୟ ଭୁଷଣ ମିଶ୍ର,ଉଦ୍ୟାନ ସହକାରୀ ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ମେହେର,କୃଷି ଅଧିକାରୀ ସତ୍ୟବାନ ସୋରେନ,ମତ୍ସ୍ୟ ଅଧବକାରୀ ଦେବବ୍ରତ ସାମଲ, ସମବାୟ ସମିତି ସମୂହର ଉପନିବନ୍ଧକ ଶୁଭ୍ରକାନ୍ତି ତୁଙ୍ଗ,କେନ୍ଦ୍ର ସମବାୟ ବ୍ୟାଙ୍କର ଉପ ସଭାନେତ୍ରୀ ରଶ୍ମିରେଖା ଚକ୍ର,କେନ୍ଦୁଝର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବିନ୍ଦ୍ରନାଥ କାଲୁଣ୍ଡିଆ,ନାବାର୍ଡର ଡିଡିଏମ ଦିପ୍ତିକାନ୍ତ ମଲ୍ଲିକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ସହକାରୀ ନିବନ୍ଧକ ଅଜୟ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୧୧ଶୀର୍ଷ ସମବାୟ ସଂସ୍ଥାର ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଥିବା ମାର୍କଫେଡର ପ୍ରମୋଦ ପଟ୍ଟନାୟକ,ସେରିଫେଡର ଲକ୍ଷ୍ମଣ ପୁର୍ତି,ଶ୍ରୀମତୀ ରଶ୍ମିତା ମୁଣ୍ଡା,ମନୋରଞ୍ଜନ ନାଏକ,ଟିଡିସିସିଓଏଲର ଭାଗିରଥି ଦାସ,ସବ୍ୟସାଚୀ ସିଂ,ମନିଆ ସୋରେନ,ଓଡିଶା ଗୃହ ନିର୍ମାଣ ସଂସ୍ଥାର ଅଟଳ ବିହାରୀ ଶତପଥି,ଓମଫେଡର ରଶ୍ମିରଞ୍ଜନ ବଳ,ଶ୍ରୀମତୀ ଶାନ୍ତିଲତା ବେହେରା ଓ ତରୁଣ କୁମାର ଦେହୁରୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଜଗତର ନାଇ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିବା ସହ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀମାନେ ବନ୍ଦେ ୁତ୍କଳ ଜନନୀ ଗାନ କରିଥିଲେ । ବ୍ୟାଙ୍କରବରିଷ୍ଠ କର୍ମଚାରୀ ଆଲୋକ ବଳ ଓ ସାମ୍ବାଦିକ ଦେବାଶିଷ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ ସହାୟତା, କୃଷକମାନଙ୍କୁ ଋଣ ପ୍ରଦାନ କରାଯାଇଥିଲା । ଶେଷରେ ସହକାରୀ ସମବାୟ ନିବନ୍ଧକ ଅଜୟ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
