ରାଜ୍ୟ ସାମ୍ବାଦିକ ସଂଘ ଆହ୍ୱାନରେ ଜିଲ୍ଲା ଜାକ୍ ସଂଘ ଗଠିତ
କେନ୍ଦୁଝର : ରାଜ୍ୟ ସାମ୍ବାଦିକ ସଂଘ ଆହ୍ୱାନ କ୍ରମେ କେନ୍ଦୁଝର ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ଯରତ ଆଗଧାଡିର ସାମ୍ବାଦିକ ମାନଙ୍କୁ ନେଇ ଆନନ୍ଦପୁର ଶାଳପଡାସ୍ଥିତ ଜଳସେଚନ ବଙ୍ଗଳା ଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।ଏହି ବୈଠକରେ ରାଜ୍ଯ ସାମ୍ବାଦିକ ସଂଘ ସଭାପତି କୈଳାସଚନ୍ଦ୍ର ନାୟକ ଯୋଗଦେଇ କର୍ତବ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ,ବିମା ପେନସନ୍ ସହ ସ୍ୱତନ୍ତ୍ର ପାଣ୍ଠି ଗଠନ ଦିଗରେ ନିଜର ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ସାମ୍ବାଦିକ ସଂଘ ସଭାପତି ସୁବାଷ ଧଳ,ସାଧାରଣ ସମ୍ପାଦକ ଅବିନେଶ୍ୱର ଶତପଥି ପ୍ରମୂଖ ଯୋଗ ଦେଇ ଜିଲ୍ଲା ସାମ୍ବାଦିକ ସଂଘ ଗଠନ ଉପରେ ମତ ରଖିଥିଲେ । ସୁବାଷ ଧଳଙ୍କ ପରାମର୍ଶ କ୍ରମେ ଜୋନାଲିଷ୍ଟ ଆସୋସିଏସନ୍ସ ଅଫ କେନ୍ଦୁଝର (ଜାକ୍ ) ନାମରେ ଏକ ଜିଲ୍ଲା ସାମ୍ବାଦିକ ସଂଘ ଗଠନ କରାଯାଇଥିଲା । ସର୍ବ ସମ୍ମତିକ୍ରମେ ସଭାପତି ରୁପେ ବିନୟ ଭୂଷଣ ପଟ୍ଟନାୟକ,କାଯ୍ୟକାରୀ ସଭାପତି ଭାବେ ମୋହନମୂର୍ତୀ ମହାରଣା,ଉପସଭାପତି ସ୍ୱପ୍ନେଶ୍ୱର ପଣ୍ଡା,ଅକ୍ଷୟ ପ୍ରଧାନ,ସାଧାରଣ ସମ୍ପାଦକ ଶ୍ରୀକୁମାର ମିଶ୍ର,ସଂଗଠକ ସମ୍ପାଦକ ଚଣ୍ଡିପ୍ରସାଦ ପଟ୍ଟନାୟକ,ସମ୍ପାଦକ ଅବିନାଶ ଶତପଥି,ସନ୍ତୋଷ ପତି କୋଷାଧକ୍ଷ ପାର୍ଥସାରଥୀ ମିଶ୍ର, କାଯ୍ୟକାରିଣୀ ସଦସ୍ୟ ଭାବେ ନାରାୟଣ ସାହୁ,ସତ୍ୟଜିତ ସାହୁ,ସୁଢଳକୁମାର ସେଠୀ,ଶଶୀଭୂଷଣ ସିଂ,ବ୍ରଜକିଶୋର ରାୟ, ସବ ଡିଭିଜନ ଆବାହକ ଭାବେ ଉପେନ୍ଦ୍ର ସାହୁ,ଉମାକାନ୍ତ ସାହୁ , ଜିଲ୍ଲା କଲ୍ୟାଣ ପାଣ୍ଠି ଅଧକ୍ଷ ଭାବେ ରଂଜନକୁମାର ସାହୁ ଏଥିସହ ରାଜ୍ୟ କାଯ୍ୟକାରିଣୀ ସଭ୍ୟ ଭାବେ ସଂଜୟକୁମାର ସାହୁ,ଦିଲ୍ଲିପକୁମାର ମିଶ୍ର,ଅରୁଣକୁମାର ମହାନ୍ତ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ଏହି ବୈଠକରେ କେନ୍ଦୁଝର ଜିଲ୍ଲାରେ କାଯ୍ୟରତ ଅନେକ ସାମ୍ବାଦିକ ଯୋଗ ଦେଇ ନିଜ ନିଜ ମଧ୍ୟରେ ଭାବ ଆଦାନ ପ୍ରଦାନ କରିବା ସହ ଭାଇଚାରା ବଜାୟ ରଖିବାକୁ ସଂକଳ୍ପିତ ହୋଇଥିଲେ ।
