ଡ଼ି.ଏ. ଭି ସ୍କୁଲର ବାର୍ଷିକ କ୍ରୀଡା ଉଦ୍ଘାଟିତ
କେନ୍ଦୁଝର : କେନ୍ଦୁଝର ସହରର ଇଂରାଜୀ ମାଧ୍ୟମ ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡ଼ି.ଏ. ଭି ସ୍କୁଲର ବାର୍ଷିକ କ୍ରୀଡା ଉଦ୍ଘାଟିତ ହୋଇଯାଇଛି । ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା କ୍ରୀଡା ପ୍ରତିଭାକୁ ପ୍ରତ୍ସାହନ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଭଲ ପାଠପଢ଼ା ସହ ଭଲ ସ୍ୱାସ୍ଥ୍ୟ ଓ ସୁସ୍ଥ ବିଦ୍ୟାର୍ଥୀ ଗଢ଼ିବା ଉଦ୍ଦେଶ୍ୟ ମଧ୍ୟ । ଏହି ବାର୍ଷିକ କ୍ରୀଡା ୧୩ ଏବଂ ୧୪ ତାରିଖ ଦୁଇ ଦିନ ଧରି ଚାଲିବ । ବିଭିନ୍ନ ବିଭାଗର କୃତି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରି ଖେଳ ପ୍ରତି ତାଙ୍କୁ ଉତ୍ସାହିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ କୁ ସ୍କୁଲ ର ପ୍ରିନ୍ସିପାଲ ବସୁନ୍ଧରା କର୍ମକାର ଉଦ୍ଘାଟନ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ କୁ ସଫଳ କରିବାପାଇଁ ସହଯୋଗ କରିଥିଲେ ।
