ଯାଜପୁର : ମଙ୍ଗଳପୁର ଥାନା ପକ୍ଷରୁ ଦଶରଥପୁରସ୍ଥ କସ୍ତୁରବା ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟରେ ମିଷ୍ଟାର୍ଣ୍ଣ ବଣ୍ଟନ କରାଯାଇଛି । ବିଦ୍ୟାଳୟର ଛାତ୍ରୀମାନଙ୍କୁ ପାଠପଢା ଏବଂ ସମସ୍ୟା ସମ୍ପର୍କରେ ଆଇଆଇସି ରୀନାରାଣି ସାହୁ ପଚାରି ବୁଝିଥିଲେ । ପରେ ଆଇଆଇସି ଶ୍ରୀମତୀ ସାହୁ ଛାତ୍ରୀମାନଙ୍କୁ ବୁସ୍କୁଟ, ଚକୋଲେଟ, ମିଠା ଆଦି ବଣ୍ଟନ କରିଥିଲେ । ସେହିପରି ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏସଆଇ ଅର୍ନ୍ତଯ୍ୟାମି ଶ୍ରୀଚନ୍ଦନ, କୈଳାଶ ଚନ୍ଦ୍ର ଭୋଇ, ଏସଆଇ ଶୈଳେନ୍ଦ୍ର କୁମାର ପାଣିଗ୍ରାହି, ପ୍ଲାବନ ମହାପାତ୍ର, ମନୋଜ ବେହେରା, ବୃନ୍ଦାବନ ଧଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
Post Views: 32,350