ବିଦ୍ୟାଳୟରେ ଚାଇଲ୍ଡ ଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ
ଯାଜପୁର : ଜିଲ୍ଲା ଚାଇଲ୍ଡ ଲାଇନ ପକ୍ଷରୁ ଦଶରଥପୁର ଶିକ୍ଷା ମଣ୍ଡଳ ଅନ୍ତର୍ଗତ ମଙ୍ଗଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଷାଠିବାଟି ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଚାଇଲ୍ଡ ସେ ଦୋସ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନଗେନ୍ଦ୍ର ବିଶ୍ୱାଳ ଏବଂ ଷାଠିବାଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାଞ୍ଜଳୀ ନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ଦୋସ୍ତୀ କାର୍ଯ୍ୟକ୍ରମରେ ଜିଲ୍ଲା ଚାଇଲ୍ଡ ଲାଇନ୍ର କାର୍ଯ୍ୟକର୍ତ୍ତା ସୁମିତ କୁମାର ଜେନା, ଲିୟାକତ ହସେନ, ଦିପକ୍ ସାହୁ, ବରେନ୍ଦ୍ର ଦାସ, ଯୋଶେ ପୃଷ୍ଟି, ସସ୍ମିତା ପାତ୍ର, ପୂଜାରିଣୀ ସାହୁ, ଐଶ୍ୱର୍ଯ୍ୟା ନାୟକ, ପ୍ରମୁଖ ଯୋଗଦେଇ ଚାଇଲ୍ଡ ଲାଇନ ସେ ଦୋସ୍ତିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଅବହେଳିତ ଶିଶୁମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବାରୁ ଏଥିରେ ଶିଶୁ ମାନଙ୍କର ସହଭାଗିତା ରହିବା ଆବଶ୍ୟକ ବୋଲି ସମସ୍ତଙ୍କୁ ସଚେତନ କରିଥିଲେ । ଏହି ପରିପ୍ରେକ୍ଷୀରେ ଉଭୟ ବିଦ୍ୟାଳୟର ୫୦ଜଣ ଶିଶୁମାନଙ୍କୁ ନେଇ ଝୋଟି, ବକ୍ତୃତା, ରୋଲ୍ ପ୍ଲେ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଶେଷରେ କୃତି ପ୍ରତିଯୋଗୀ ଶିଶୁଙ୍କୁ ଜିଲ୍ଳା ଚାଇଲ୍ଡ ଲାଇନ୍ ତରଫରୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।
